ମଞ୍ଚ ପରିଚାଳନା କଲା ` ରୋବୋଟ୍ `
ମେଟ୍ରୋ ଟିଭି ଓଡିଶା (୧୭.୨.୨୦୨୨) :
ପ୍ରଥମ ଥର ଓଡ଼ିଶାରେ ମଞ୍ଚ ପରିଚାଳନା କରିଛନ୍ତି ରୋବୋଟ୍ । ଏହା ରାଜ୍ୟ ପାଇଁ ବେସ୍ ଗୌରବର ବିଷୟ ବୋଲି କୁହାଯାଉଛି । କିଟ୍ ପାଇଁ ସୋଲ୍ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ ଏହି ରୋବୋଟ୍ର ନାଁ ରଖାଯାଇଛି ଆଶା । ଫେବ୍ରୁଆରି ୧୬ ତାରିଖ ବିଶ୍ୱବିଦ୍ୟାଳୟର ୧୮ ତମ ପ୍ରତିଷ୍ଠା ଦିବସରେ ମଞ୍ଚ ପରିଚାଳନା କରିଥିଲା ।

ପ୍ରଥମ ଥର ଲାଗି ପରୀକ୍ଷାମୂଳକ ଭାବେ ରୋବୋଟକୁ କାର୍ଯ୍ୟରେ ଲଗାଯାଇ ସଫଳତା ମିଳିଛି । ରୋବୋଟ୍ ଅତିଥିମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିବାଠାରୁ ଆରମ୍ଭ କରି ଅତିଥି ବକ୍ତବ୍ୟ ଶେଷ କରିବା ପରେ ତାଙ୍କୁ ଧନ୍ୟବାଦ ଦେବା ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ପରିଲକ୍ଷିତ ହୋଇଥିଲା । ଆଶା ଅନ୍ୟାନ୍ୟ ପ୍ରୋଗ୍ରାମ ମଧ୍ୟ କରିପାରୁଛି । ଆସନ୍ତା ସପ୍ତାହରେ ଅନ୍ୟ ଏକ ରୋବୋଟ୍ ଅମରର ପରୀକ୍ଷଣ କରାଯିବ । ଅମର ପ୍ରଶାସନିକ କାର୍ଯ୍ୟରେ ସହଯୋଗ କରିବ । ପ୍ରଯୁକ୍ତି ଓ ବୈଷୟିକ ସର୍ଜନା, ଶିକ୍ଷା ଓ ଗବେଷଣା କ୍ଷେତ୍ରରେ କିଟ୍ ଯଥେଷ୍ଟ ଅଗ୍ରଗତି କରିଥିବା ଏଥିରୁ ସ୍ପଷ୍ଟ ହୋଇଛି । ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ରୋବୋଟ୍ ପ୍ରସ୍ତୁତ କରିଥିବା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।