ଭୁବନେଶ୍ୱର ସୈନିକ ସ୍କୁଲରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଆସିବା ପରେ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଭୁବନେଶ୍ୱର ସ୍ଥିତ ସୈନିକ ସ୍କୁଲକୁ ଜବାବ ମାଗିଥିଲେ । ଏହାର ଜବାବ ରଖିଛନ୍ତି ସ୍କୁଲ ପ୍ରିନ୍ସିପାଲ ଏକ ଚିଠି ଜାରି କରି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି, ରାଗିଂ ରୋକିବା ନେଇ ସ୍କୁଲ ତରଫରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱତନ୍ତ୍ର ଟିମ୍ ବି ରହିଛି । ସ୍କୁଲରେ ନାମଲେଖା ସମୟରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆଂଟି ରାଗିଂ ସଂପର୍କରେ ଅବଗତ କରାଯାଏ । ଯେଉଁ ରାଗିଂ ଅଭିଯୋଗ ଆସିଛି ତାହା ପ୍ରମାଣିତ ହେଲେ ସଂପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।ସଚିବ ବିଷ୍ଣୁପଦ ସେଠୀ ପ୍ରିନ୍ସିପାଲଙ୍କୁ ଲେଖିଥିବା ଚିଠିିରେ ଉଲ୍ଲେଖ କରିଥିଲେ ଯେ ସୈନିକ ସ୍କୁଲରେ ରାଗିଂ ହେଉଛି । ଜୁନିୟର ପିଲାଙ୍କୁ ସିନିୟରମାନେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ନେଇ ଜଣାପଡିଛି । ଯାହା ଆଂଟି ରାଗିଂ ଆକ୍ଟ-୨୦୦୯କୁ ଉଲଂଘନ କରୁଛି । ଏହାକୁ ଧର୍ତବ୍ୟ ଅପରାଧ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ।
Trending
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
- ଆସନ୍ତା ୧୧ ତାରିଖରେ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
- ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି : ଭକ୍ତ
- ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ : ମୁଖ୍ୟମନ୍ତ୍ରୀ
- ନଭି ମୁମ୍ବାଇ ଏୟାରପୋର୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
- ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ
- କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା
- ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
- କେଜରିୱାଲଙ୍କୁ ମିଳିଲା ସରକାରୀ କ୍ବାର୍ଟର