ମେଟ୍ରୋ ଟିଭି ଓଡିଶା,୫/୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଭଦ୍ରକ ବିଜେପି କୁ ଲାଗିଛି ବଡ ଝଟକା । କିଛିଦିନ ପୂର୍ବରୁ ଦଳରେ ପ୍ରମୁଖା ନେତା ଓ କର୍ମୀଙ୍କୁ ଅଣଦେଖା କରିବା ତଥା ନିର୍ବାଚନରେ କୌଣସି ଦାୟିତ୍ଵ ନଦେବା ଅଭିଯୋଗ କରି ବିଜେପିରୁ ଇସ୍ତଫା ଦେଇଥିବା ନେତା ଓ କର୍ମୀ ଆଜି ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜେଡି କାର୍ଯ୍ୟଳୟରେ ବିଜେଡି ସାଙ୍ଗଠନିକ ସମ୍ପାଦକ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁଙ୍କ ଉପସ୍ଥିତରେ ବିଜେଡିରେ ବିଧାବଦ୍ଧ ଭାବେ ସାମିଲ ହୋଇଛନ୍ତି ।
ଭଦ୍ରକ, ବିଜେପି ରୁ ଇସ୍ତାପ ଦେଇଥିବା ପ୍ରମୁଖ ନେତୃତମଣ୍ଡଳୀଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ପ୍ରଭାତ ଜେନା, ପ୍ରାକ୍ତନ ଜିଲ୍ଲା ଉପସଭାପତି ରାଜୀବ ମହାନ୍ତି, ପ୍ରାକ୍ତନ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ବିଜେପି ଜିଲ୍ଲା ଗଦଧର ଦାସ ଙ୍କ ସମେତ ୨ଶହରୁ ଅଧିକ ଛାମୁଆ କ।ର୍ଯ୍ୟକର୍ତା ତଥା କର୍ମୀ ବିଜେଡି ସାମିଲ ହୋଇଛନ୍ତି । ବିଜେଡି ସୁପ୍ରିମୋ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵଚ୍ଛ ଶାସନ ଓ ବିକାଶମୂଳକ କ।ର୍ଯ୍ୟ ଓ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିବା ଏହି ନେତାମାନେ କହିଛନ୍ତି ।
linked-https://fb.watch/a_1nQtLv8d/
ଏହି ମିଶ୍ରଣ ପରେ ଭଦ୍ରକରେ ବିଜେଡି ଆହୁରି ମଜଭୁତ ହେବ ବୋଲି ବିଧାୟକ ସଂଜୀବ ମଲ୍ଲିକ କହିଛନ୍ତି । ଏହି କାର୍ଯ୍ୟକର୍ତ୍ତା ମାନେ ଦୀର୍ଘ ଦିନ ଧରି ଜିଲ୍ଲାରେ ନେତୃତ୍ବ ନେଇ ଆସୁଥିବା ବେଳେ ବିଜେପି ଦଳର ବିଚାରଧାରା ବାହାରକୁ ଯାଇ ରାଜ୍ୟର କିଛି ମୁଷ୍ଟିମେୟ ନେତା ଦଳକୁ ବ୍ୟକ୍ତିକୈଦିକ କରିଦେଇଛନ୍ତି । ଫଳ ସ୍ୱରୂପ ବିଜେପି ଉପରେ ଆସ୍ଥା ରଖୁଥିବା ସାଧାରଣ କାର୍ଯ୍ୟକର୍ତ୍ତା ହତୋତ୍ସାହିତ ହୋଇପଡ଼ିଛନ୍ତି ।
ଓଡିଶାରୁ ବିଜେପି ଲୋପ ପାଇବାକୁ ବସିଲାଣି ବୋଲି ଯୋଗଦାନ କରିଥିବା ନେତ। ମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଜଣେ ବରିଷ୍ଠ ସଂଗଠକ, ପ୍ରବୀଣ ରାଜନୈତିଜ୍ଞ ଭାବେ ଓଡ଼ିଶାରେ ପରିଚିତ ପ୍ରଣବ ଭାଇଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଓ ଅବହେଳିତ ଭଦ୍ରକକୁ ସ୍ମାର୍ଟ ସିଟି କରିବାକୁ ଆଗେଇ ନେଉଥିବା ନୂଆ ଭଦ୍ରକର ସ୍ରଷ୍ଟା, ବିଧାୟକ ସଂଜୀବ ମଲ୍ଲିକ ବିକାଶର ଧାରାରେ ଅନୁପ୍ରାଣିତ ହୋଇ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।