ବଡ଼ ଖବର: ଓଡ଼ିଶାରେ ବଢ଼ିଲା ବସ୍ ଭଡ଼ା, ଜାଣନ୍ତୁ କେତେ?
ମେଟ୍ରୋ ଓଡିଶା (୩୧.୩.୨୦୨୨) :
ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହୋଇଥିବା ବେଳେ ସାଧାରଣ ଲୋକଙ୍କୁ ଲାଗିଛି ଆଉ ଏକ ଝଟକା । ତୈଳ ଦର ବଢ଼ୁଥିବାରୁ ରାଜ୍ୟରେ ବସ୍ ଭଡ଼ା ବଢ଼ିଯାଇଛି । ମିଳିଥିବା ସୂଚନା ଅନୁସାରେ, ଅର୍ଡିନାରୀ ଭଡ଼ା କିଲୋମିଟର ପିଛା ୮୭ରୁ ୯୦ ପଇସା ବୃଦ୍ଧି ପାଇଛି । ଏକ୍ସପ୍ରେସ ଭଡ଼ା କିଲୋମିଟର ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି ।

ସେହିପରି ଡିଲକ୍ସ ଭଡ଼ା ୧ ଟଙ୍କା ୨୫ ପଇସାରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୫୩ ପଇସାରୁ ୧ ଟଙ୍କା ୫୯ ପଇସାକୁ ବୃଦ୍ଧି ପାଇଛି ।