ମେଟ୍ରୋ ଟିଭି ଓଡିଶା (୧୯.୬.୨୦୨୨)
ଆଜି ପୁରା ବିଶ୍ୱ ପାଳୁୂଛି ‘ପିତୃଦିବସ ବା ଫାଦର ଡ଼େ’ । ସୋସିଆଲ ମିଡ଼ିଆରେ ବାପାଙ୍କ ଫୋଟ ସହ ସନ୍ତାନଙ୍କ ଫଟୋ ଛାଇଁ ହୋଇଯାଉଛି । ବାପାଙ୍କ ପ୍ରତି ଭଲ ପାଇବା ବି ଏଥିରେ ଜଳଜଳ କରି ଦିଶୁଛି । ଦୁନିଆରେ ସଭିଁଙ୍କର ବଡ଼ ପରିଚୟ ହେଉଛି ବାପା । କଥାରେ ଅଛି ବାପା ଥିଲେ ପୁଅ ସଭାରେ ହାରେନା । ବାପା ହେଉଛନ୍ତି ଦୁନିଆର ବଡ଼ଶକ୍ତି । ସେ ଶକ୍ତି ଆଗରେ ପରମାଣୁ ବୋମା ଆଉ ଅଦୃଶ୍ୟ ଭୂତାଣୁ ବି ତୁଚ୍ଛ । ସେ ଆମ ପାଇଁ ଭଗବାନ ସେ ଆମ ପାଇଁ ପ୍ରେରଣାର ଉ୍ତ୍ସ । ସବୁକିଛି ସେ ଶିଖାନ୍ତି ଓ ଆମକୁ ଆଗକୁ ଯିବାକୁ ବାଟ ବି ଦେଖାନ୍ତି ।

ସମୁଦ୍ର ଠାରୁ ବିଶାଳ ତାଙ୍କ ହୃଦୟ ପୁଣି ଆକାଶ ଠାରୁ ଅଧିକ ଭଲ ପାଇବା ଦିଅନ୍ତି ସେ । ସେ ଥିଲେ ସବୁ ଅଛି । ଲାଗେ ଯେମିତି ଏ ଦୁନିଆର ତମେ ରାଜା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ପରିଚୟରେ ଆମକୁ ସମାଜ ଚିହ୍ନେ । ଆମେ ଯେତେବଡ଼ ଲୋକ ଓ ଯେତେବଡ଼ ପଦବୀରେ ଥିଲେ ମଧ୍ୟ ଲୋକେ କହନ୍ତି ସେ ପା ଅମକର ପୁଅ ଓ ଝିଅ । ତାଙ୍କ ସଂସ୍କାର, ଦାୟିତ୍ୱ ସମ୍ପନ୍ନ , କତ୍ତବ୍ୟ , ସ୍ନେହ .ଭଲପାଇବା , ଆର୍ଶୀବାଦ ସବୁବେଳେ ନିସ୍ୱାର୍ଥ ପର ଭାବେ ଥାଏ ସନ୍ତାନ ଉପରେ । ସବୁବେଳେ ସେ ଚାହାନ୍ତି ତାଙ୍କ ସନ୍ତାନ ବହୁତ ଆଗକୁ ଯାଉ ଭଲରେ ରହୁ, ସୁସ୍ଥ ଜୀବନ କଟାଉ ଏମିତି କେତେ କଣ । ନିଜେ ଦୁଃଖରେ ରହି ସେ ସନ୍ତାନକୁ ଖୁସିରେ ରଖିବାକୁ ଚାହାନ୍ତି । ବାପାଙ୍କ ତ୍ୟାଗଭରା ଭଲପାଇବା ଯୋଗୁଁ ଆଜି ସମାଜରେ ଅନେକ ପ୍ରତିଷ୍ଠିତ ହୋଇପାରିଛନ୍ତି । ନିଜେ ନଖାଇ , ନପିିଇ ଆମକୁ ପେଟପୁରା ଖାଇବାକୁ ଦେବା ସହ ପରଦିନ କଣ ଖାଇବା ଦରକାର ସନ୍ତାନର ତାହା ସେ ଯୋଗାଡ଼ କରି ରଖିଥାନ୍ତି । ସବୁ ଭୟ , ସବୁ ବିପଦକୁ ଖାତିର ନକରି ସେ ଆମକୁ ସୁରକ୍ଷା ଦିଅନ୍ତି । ବାପା ଥିଲେ ଏ ଦୁନିଆର ସବୁକିଛି ପାଇବା ବହୁତ ସହଜ । ସେକଥା ବି ସେ କରିଦେଖାନ୍ତି ନିଜ ସ୍ତରରେ । ସନ୍ତାନର ସୁଖ ପାଇଁ ଯେ ବର୍ଷବର୍ଷ ଧରି ଦୁଃଖରେ ରହିପାରେ ସେ ବାପା । ସବୁଠାରୁ ବଡ଼ ଦୁନିଆରେ କେମିତି ବଞ୍ଚି ହେବ ସେ କଥା ସେ ପ୍ରତି ସମୟରେ କହନ୍ତି । ଦାୟିତ୍ୱବାନ ହେବା, ଭଲ ମଣିଷ ହେବା, ସମାଜ ଓ ପରିବାର ପ୍ରତି କତ୍ତବ୍ୟ କଣ ହେବା ଦରକାର ସେସବୁ କଥା ବି ବାପା କାନେ କାନେ କହୁନ୍ତି । ବାପା ହେଉଛନ୍ତି ଦୁନିଆର ଶ୍ରେଷ୍ଠ ବନ୍ଧୁ ବି ? ଯାହାଙ୍କ ସହ ପ୍ରତ୍ୟେକ ସନ୍ତାନ ନିଜ ମନ କଥା , ନିଜ ଆବଶ୍ୟକତା, ନିଜ ବୀରପଣ, ନିଜ ଭୟ,ଦୁର୍ବଳତା ସବୁ କିଛି ନିସନ୍ଦେହରେ କହିବା ସହ ବହୂତ କିଛି ଶିଖିଥାଏ ବାପାଙ୍କଠୁ । ସବୁବେଳେ ବାପାଙ୍କ ମନ ଥାଏ ସନ୍ତାନଙ୍କ ପାଖରେ । ପ୍ରତି ମିନିଟରେ ତାଙ୍କୁ ଘାରେ ସନ୍ତାନର ଚିନ୍ତା । ଇତିହାସ ପୃଷ୍ଠାକୁ ଦେଖିବାକୁ ଗଲେ ସର୍ବପ୍ରଥମେ ‘ଫାଦର୍ସ ଡ଼େ’ ଜୁନ ୧୯ ତାରିଖ ୧୯୧୦ ମସିହାରେ ୱାଶିଙ୍ଗଟନରେ ପାଳନ କରାଯାଇଥିଲା। ମାତ୍ର ୧୯୭୨ ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ଘୋଷଣା କରାଗଲା। ଯାହା ଦ୍ୱାରା ପିତାଙ୍କୁ ସମ୍ମାନ ଦେବା ପାଇଁ ୟୁନାଇଟେଡ଼ ଷ୍ଟେଟ୍ସରେ ଏହ ଦିନଟିକୁ ଛୁଟିର ଦିନ ଭାବେ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ ଭାରତରେ ମଧ୍ୟ ପାଶ୍ଚାତ୍ୟ ସଭ୍ୟତାରେ ପାଳିତ ଏହ ଦିନଟିର ଧୀରେଧୀରେ ଏହାର ପ୍ରଚାର ଓ ପ୍ରସାର ହେବାକୁଲାଗିଲା । ପିତାଙ୍କୁ ସମ୍ମାନ ଦେବା ପାଇଁ ତଥା ପିତାଙ୍କ ଉଦ୍ଦେଶ୍ୟରେ ଏବେ ସବୁଠି ପିତୃଦିବସ ପାଳନ କରାଯାଉଅଛି।ଆଜି ପୁରା ବିଶ୍ୱ ପାଳୁୂଛି ‘ପିତୃଦିବସ ବା ଫାଦର ଡ଼େ’ । ସୋସିଆଲ ମିଡ଼ିଆରେ ବାପାଙ୍କ ଫୋଟ ସହ ସନ୍ତାନଙ୍କ ଫଟୋ ଛାଇଁ ହୋଇଯାଉଛି । ବାପାଙ୍କ ପ୍ରତି ଭଲ ପାଇବା ବି ଏଥିରେ ଜଳଜଳ କରି ଦିଶୁଛି । ଦୁନିଆରେ ସଭିଁଙ୍କର ବଡ଼ ପରିଚୟ ହେଉଛି ବାପା । କଥାରେ ଅଛି ବାପା ଥିଲେ ପୁଅ ସଭାରେ ହାରେନା । ବାପା ହେଉଛନ୍ତି ଦୁନିଆର ବଡ଼ଶକ୍ତି । ସେ ଶକ୍ତି ଆଗରେ ପରମାଣୁ ବୋମା ଆଉ ଅଦୃଶ୍ୟ ଭୂତାଣୁ ବି ତୁଚ୍ଛ । ସେ ଆମ ପାଇଁ ଭଗବାନ ସେ ଆମ ପାଇଁ ପ୍ରେରଣାର ଉ୍ତ୍ସ । ସବୁକିଛି ସେ ଶିଖାନ୍ତି ଓ ଆମକୁ ଆଗକୁ ଯିବାକୁ ବାଟ ବି ଦେଖାନ୍ତି । ସମୁଦ୍ର ଠାରୁ ବିଶାଳ ତାଙ୍କ ହୃଦୟ ପୁଣି ଆକାଶ ଠାରୁ ଅଧିକ ଭଲ ପାଇବା ଦିଅନ୍ତି ସେ । ସେ ଥିଲେ ସବୁ ଅଛି । ଲାଗେ ଯେମିତି ଏ ଦୁନିଆର ତମେ ରାଜା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ପରିଚୟରେ ଆମକୁ ସମାଜ ଚିହ୍ନେ । ଆମେ ଯେତେବଡ଼ ଲୋକ ଓ ଯେତେବଡ଼ ପଦବୀରେ ଥିଲେ ମଧ୍ୟ ଲୋକେ କହନ୍ତି ସେ ପା ଅମକର ପୁଅ ଓ ଝିଅ । ତାଙ୍କ ସଂସ୍କାର, ଦାୟିତ୍ୱ ସମ୍ପନ୍ନ , କତ୍ତବ୍ୟ , ସ୍ନେହ .ଭଲପାଇବା , ଆର୍ଶୀବାଦ ସବୁବେଳେ ନିସ୍ୱାର୍ଥ ପର ଭାବେ ଥାଏ ସନ୍ତାନ ଉପରେ । ସବୁବେଳେ ସେ ଚାହାନ୍ତି ତାଙ୍କ ସନ୍ତାନ ବହୁତ ଆଗକୁ ଯାଉ ଭଲରେ ରହୁ, ସୁସ୍ଥ ଜୀବନ କଟାଉ ଏମିତି କେତେ କଣ । ନିଜେ ଦୁଃଖରେ ରହି ସେ ସନ୍ତାନକୁ ଖୁସିରେ ରଖିବାକୁ ଚାହାନ୍ତି । ବାପାଙ୍କ ତ୍ୟାଗଭରା ଭଲପାଇବା ଯୋଗୁଁ ଆଜି ସମାଜରେ ଅନେକ ପ୍ରତିଷ୍ଠିତ ହୋଇପାରିଛନ୍ତି । ନିଜେ ନଖାଇ , ନପିିଇ ଆମକୁ ପେଟପୁରା ଖାଇବାକୁ ଦେବା ସହ ପରଦିନ କଣ ଖାଇବା ଦରକାର ସନ୍ତାନର ତାହା ସେ ଯୋଗାଡ଼ କରି ରଖିଥାନ୍ତି । ସବୁ ଭୟ , ସବୁ ବିପଦକୁ ଖାତିର ନକରି ସେ ଆମକୁ ସୁରକ୍ଷା ଦିଅନ୍ତି । ବାପା ଥିଲେ ଏ ଦୁନିଆର ସବୁକିଛି ପାଇବା ବହୁତ ସହଜ । ସେକଥା ବି ସେ କରିଦେଖାନ୍ତି ନିଜ ସ୍ତରରେ । ସନ୍ତାନର ସୁଖ ପାଇଁ ଯେ ବର୍ଷବର୍ଷ ଧରି ଦୁଃଖରେ ରହିପାରେ ସେ ବାପା । ସବୁଠାରୁ ବଡ଼ ଦୁନିଆରେ କେମିତି ବଞ୍ଚି ହେବ ସେ କଥା ସେ ପ୍ରତି ସମୟରେ କହନ୍ତି । ଦାୟିତ୍ୱବାନ ହେବା, ଭଲ ମଣିଷ ହେବା, ସମାଜ ଓ ପରିବାର ପ୍ରତି କତ୍ତବ୍ୟ କଣ ହେବା ଦରକାର ସେସବୁ କଥା ବି ବାପା କାନେ କାନେ କହୁନ୍ତି । ବାପା ହେଉଛନ୍ତି ଦୁନିଆର ଶ୍ରେଷ୍ଠ ବନ୍ଧୁ ବି ? ଯାହାଙ୍କ ସହ ପ୍ରତ୍ୟେକ ସନ୍ତାନ ନିଜ ମନ କଥା , ନିଜ ଆବଶ୍ୟକତା, ନିଜ ବୀରପଣ, ନିଜ ଭୟ,ଦୁର୍ବଳତା ସବୁ କିଛି ନିସନ୍ଦେହରେ କହିବା ସହ ବହୂତ କିଛି ଶିଖିଥାଏ ବାପାଙ୍କଠୁ । ସବୁବେଳେ ବାପାଙ୍କ ମନ ଥାଏ ସନ୍ତାନଙ୍କ ପାଖରେ । ପ୍ରତି ମିନିଟରେ ତାଙ୍କୁ ଘାରେ ସନ୍ତାନର ଚିନ୍ତା । ଇତିହାସ ପୃଷ୍ଠାକୁ ଦେଖିବାକୁ ଗଲେ ସର୍ବପ୍ରଥମେ ‘ଫାଦର୍ସ ଡ଼େ’ ଜୁନ ୧୯ ତାରିଖ ୧୯୧୦ ମସିହାରେ ୱାଶିଙ୍ଗଟନରେ ପାଳନ କରାଯାଇଥିଲା। ମାତ୍ର ୧୯୭୨ ମସିହାରେ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯିବା ପାଇଁ ଘୋଷଣା କରାଗଲା। ଯାହା ଦ୍ୱାରା ପିତାଙ୍କୁ ସମ୍ମାନ ଦେବା ପାଇଁ ୟୁନାଇଟେଡ଼ ଷ୍ଟେଟ୍ସରେ ଏହ ଦିନଟିକୁ ଛୁଟିର ଦିନ ଭାବେ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ ଭାରତରେ ମଧ୍ୟ ପାଶ୍ଚାତ୍ୟ ସଭ୍ୟତାରେ ପାଳିତ ଏହ ଦିନଟିର ଧୀରେଧୀରେ ଏହାର ପ୍ରଚାର ଓ ପ୍ରସାର ହେବାକୁଲାଗିଲା । ପିତାଙ୍କୁ ସମ୍ମାନ ଦେବା ପାଇଁ ତଥା ପିତାଙ୍କ ଉଦ୍ଦେଶ୍ୟରେ ଏବେ ସବୁଠି ପିତୃଦିବସ ପାଳନ କରାଯାଉଅଛି।