ବଦଳିପାରନ୍ତି ପିସିସି ସଭାପତି ?

ବଦଳିପାରନ୍ତି ପିସିସି ସଭାପତି ?

ମେଟ୍ରୋ ଓଡିଶା (୧୧.୪.୨୦୨୨ )

ବଦଳିପାରନ୍ତି ପିସିସି ସଭାପତି । ପରବର୍ତ୍ତୀ ସଭାପତି ମନୋନୟନ ଲାଗି ଆଇସିସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହେବ । ପିସିସି ସଭାପତି ପଦରେ ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ନୂତନ ସଭାପତି ନିଯୁକ୍ତି ପାଇଁ ହାଇକମାଣ୍ଡ ସ୍ଥିର କରିଥିବା ସୂଚନା ମିଳିଛି ।

ନୂତନ ନିଯୁକ୍ତି ନେଇ ଦଳୀୟ ସାଂସଦ, ବିଧାୟକ ଏବଂ ପରିଷ୍ଠ ନେତାଙ୍କ ସହ ବିଚାର ବିମର୍ଶ କରିବେ ରାଜ୍ୟ ପ୍ରଭାରୀ ଡକ୍ଟର ଏ ଚେଲ୍ଲକୁମାର । ନିଜେ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ସଭାପତି ପଦରେ ରହିବାକୁ ଅନିଛା ପ୍ରକାଶ କରିଥିଲେ । ନିରଞ୍ଜନ କହିଛନ୍ତି, ମୁଁ ଦୁଇଥର ପଦ ତ୍ୟାଗ କରିଛି । ଦଳୀୟ ସଭାପତିଙ୍କ ନିର୍ଦ୍ଦେଶରେ ଦଳ ପାଇଁ କାମ କରୁଛି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।