ଫାଇଲ ହଜିଛି ନା ଚୋରି ହୋଇଛି?

ଶ୍ରୀମନ୍ଦିରରେ ମିଳିବ ଦର୍ଶନ,ଆଜି ପଦ୍ମ ବେଶ ଶ୍ରଦ୍ଧାଳୁଙ୍କ ମନ ଚଳଚଞ୍ଚଳ

ଶ୍ରୀମନ୍ଦିର ଫାଇଲ ହଜିବାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ଗୁରୁତ୍ୱପୂର୍ଣ ଫାଇଲ କିପରି ହଜିଯାଉଛି ତାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ବାରମ୍ବାର ପ୍ରଶ୍ନ କରିଥିବା ବେଳେ ଏବେ ବରିଷ୍ଠ ନେତା ବିଜୟ ମହାପାତ୍ରା ସାଂଘାତିକ ଅଭିଯୋଗ କରିଛନ୍ତି । ତାଙ୍କ କହିବା କଥା ଜାଣିଶୁଣି ଫାଇଲକୁ ଲୁଚାଯାଇଛି ।
ଆଇନ୍ ବିଭାଗ ଦୁଇଟି ଫାଇଲ ହଜିବା ପରେ  ପ୍ରଶ୍ନ ଉଠାଇଛନ୍ତି ବିଜୟ ମହାପାତ୍ର । ଫାଇଲରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି । ତେଣୁ ଏହା ହଜିବ କେମିତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।  ଯଦି ହଜିଛି ସରକାର ଏନେଇ ଥାନାରେ ଏତଲା ଦିଅନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି । ସେପଟେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଘଟଣା ତଦନ୍ତ କରି ଫାଇଲ ଖୋଜିବାକୁ ଚେଷ୍ଟା କରାଯିବ ।