ପୋଷ୍ଟମାଷ୍ଟରଙ୍କ ପତ୍ତା ମିଳୁନି

ପୋଷ୍ଟମାଷ୍ଟରଙ୍କ ପତ୍ତା ମିଳୁନି

ମେଟ୍ରୋ ଟିଭି ବ୍ୟୁରୋ,୮/୧: ନିଖୋଜ ଅଛନ୍ତି ପୋଷ୍ଟମାଷ୍ଟର । ଖୋଜି ଖୋଜି ପରିବାର ଲୋକ ନିରାଶ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ମଧ୍ୟ କେବଳ ପୋଷ୍ଟ ମାଷ୍ଟରଙ୍କ ବାଇକ ପାଇଛି । ହେଲେ ତାଙ୍କୁ ଖୋଜି ପାଇପାରୁନି । ।ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ପୁଅର ଫେରିବା ବାଟକୁ ଅନାଇ ରହିଛନ୍ତି ପରିବାର ଲୋକ ।
ସୂଚନା ଅନୁଯାୟୀ ଏହି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ପିସ୍କା ପଙ୍ଗା ପଞ୍ଚାୟତରେ । ଏହି ଗାଁର ପୋଷ୍ଟମାଷ୍ଟର ମାନସ ହିକକାଙ୍କ ଘର ମୁନିଗୁଡା ଥାନା କନ୍ଧହୀରବା ଗାଁରେ ବୋଲି ଜଣା ପଡ଼ିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ କେହି ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଛି ।

ପୋଷ୍ଟମାଷ୍ଟରଙ୍କ ପତ୍ତା ମିଳୁନି

ଗତ ୫ ତାରିଖରେ ମାନସ ବିଷମ କଟକ ଥାନା ରାଶିକଲା ପଞ୍ଚାୟତରୁ ଡୁକୁମ ଯିବା ପାଇଁ ଘରୁ ବାହାରି ଥିଲେ । ହେଲେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ବିଷମ କଟକ ଥାନାକୁ ଜଣାଇଥିଲେ । ବିଷମ କଟକ ପୁଲିସ୍ ଟିମ୍ ତଦନ୍ତ ପାଇଁ ଯାଇଥିବା ବେଳେ ରାସ୍ତା କଡ଼ରୁ ତାଙ୍କ ବାଇକ୍ ଉଦ୍ଧାର କରିଛି। ପରିବାର ତରଫରୁ ମୁନିଗୁଡା ଥାନାରେ ଏକ ଏତଲା ଦେଇଥିବା ବେଳେ, ପୁଲିସ ଏକ ନିଖୋଜ ମାମଲା ରୁଜୁକରି ତଦନ୍ତ ଜାରିରଖିଛି।