ପରଲୋକରେ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡା

ପରଲୋକରେ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡା

ମେଟ୍ରୋ ଟିଭି ଓଡିଶା,୧୨/୨ : ପରଲୋକରେ ବରିଷ୍ଠ କଂଗ୍ରେସ ନେତା ତଥା ଧର୍ମଶାଳାର ପୂର୍ବତନ ବିଧାୟକ କାଙ୍ଗାଳୀ ଚରଣ ପଣ୍ଡା । ଆଜି ଭୋର ସମୟରେ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ବୟସ ହୋଇଥିଲା । ୧୯୮୦ରୁ ୧୯୯୦ମସିହା ପର୍ଯ୍ୟନ୍ତ ସେ ଧର୍ମଶାଳାର ବିଧାୟକ ଭାବେ ନିର୍ବାଚିତ ହୋଇ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ । ୧୯୮୦ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ଧର୍ମଶାଳା ବିଧାନସଭା ଆସନ ପାଇଁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଯାହାକି ତାଙ୍କର ସାଙ୍ଗଠନିକ ଦକ୍ଷତା ଓ ଲୋକପ୍ରିୟତାର ପ୍ରମାଣ ମିଳିଥିଲା ।
ସେହିପରି ୧୯୮୫ମସିହାରେ ସେ କଂଗ୍ରେସ ଦଳରୁ ଟିକେଟ ପାଇଁ ଦ୍ଵିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ଅକାଳ ବିୟୋଗରେ ସମଗ୍ର ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଶୋକର ଛାୟା ଖେଳିଯାଇଛି।