କୋରାପୁଟର ଆଦିବାସୀ ଲୋକ ମହୋତ୍ସବ ପରବକୁ ଜାତୀୟ ଆଦିବାସୀ ମହୋତ୍ସବ ମାନ୍ୟତା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଘୋଷଣା କରିଥିବା କହିଛନ୍ତି ରାଜ୍ୟ ଭାଷା, କଳା ଓ ସଂସ୍କୃତି ବିଭାଗ। ପରବର ଉଦଯାପନୀ ସଂଧ୍ୟାରେ ଏହି ଘୋଷଣା କରିଛନ୍ତି ଭାଷା, କଳା ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ।ଏହାକୁ ନେଇ କୋରାପୁଟ ଜିଲ୍ଲରେ ଏକ ସେଲିବ୍ରେସନର ମାହୋଲ ସୃଷ୍ଟି ହୋଇଛି। କୋରାପୁଟ ଜିଲ୍ଲାରେ ୧୯୯୬ ମସିହାରୁ ଆରମ୍ଭ ହୋଇଥିବା ଏହି ଆଦିବାସୀ ମହୋତ୍ସବ ଏବେ ୨୬ବର୍ଷରେ ପହଞ୍ଚିଛି। ଏହାକୁ ଜାତୀୟ ସ୍ତରରେ ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ପ୍ରୟାସ କରିଆସୁଥିଲେ।ଏବେ ପରବକୁ ଜାତୀୟ ମାନ୍ୟତା ମିଳିଥିବାରୁ ଜିଲ୍ଲାର ବିଧାୟକଙ୍କ ସହ ସମସ୍ତ ଲୋକ ପ୍ରତିନିଧି ଓ କୋରାପୁଟବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Trending
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
Prev Post
Next Post