ନିର୍ବାଚନକୁ ନେଇ ଏବେ ଚଳଚଞ୍ଚଳ ହୋଇ ଉଠିଛି ପୁରଠୁ ପଲ୍ଲୀ । ରାଜନୈତିକ ଦଳ ଏବଂ ପ୍ରଶାସନ ମଧ୍ୟ ଏହି ନିର୍ବାଚନକୁ ନେଇ ବେଶ୍ ଗମ୍ଭୀର ରହିଛନ୍ତି । ସମସ୍ତ ବିଭାଗରେ ପ୍ରସ୍ତୁତି ଏବେ ଜୋରଦାର ହୋଇଛି । ତେବେ ଏହି ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଁଚିଛି । ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଇଭିଏମ ଖୋର୍ଦ୍ଧାସ୍ଥିତ ପଣ୍ୟଗାରରୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟସ୍ଥିତ ଷ୍ଟ୍ରଙ୍ଗରୁମରେ ପହଁଚିଛି । ଏହି ଇଭିଏମ ଗୁଡିକୁ କଡା ସୁରକ୍ଷା ମଧ୍ୟରେ ଏଠାକୁ ଅଣାଯାଇଛି । ଏହାକୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବା ସହ ସଶସ୍ତ୍ର ପୋଲିସ କର୍ମଚାରୀ ଷ୍ଟ୍ରଙ୍ଗରୁମ ସୁରକ୍ଷାରେ ମୃତୟନ ହୋଇଛନ୍ତି । ଏଥିସହ ସିସିଟିଭିର ମଧ୍ୟ ବ୍ୟବସ୍ଥା କରାଯାଇଛି ।ପ୍ରଥମ ପର୍ୟ୍ୟାୟ ପରେ ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଭୁବନେଶ୍ୱର ଏକାମ୍ର ଏବଂ ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ଇଭିଏମ ଗୁଡିକୁ ଏଠାକୁ ଅଣାଯାଇଥିବା ନେଇ ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଷଷ୍ଠ ପର୍ୟ୍ୟାୟ ଅର୍ଥାତ ମେ ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ।ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ମୋଟ ୧୯୦୭ଟି ବୁଥ ରହିଥିବା ବେଳେ ୧୧୧- ଜୟଦେବ, ୧୧୨- ଭୁବନେଶ୍ୱର ମଧ୍ୟ, ୧୧୩- ଭୁବନେଶ୍ୱର ଉତ୍ତର, ୧୧୪- ଭୁବନେଶ୍ୱର ଏକାମ୍ର, ୧୧୫- ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ୧୧୬୬ ଟି ମତଦାନ କେନ୍ଦ୍ର ରହିଛି । ଏହି ୧୧୬୬ଟି ମତଦାନ କେନ୍ଦ୍ର ମଧ୍ୟରୁ ସହରାଞ୍ଚଳରେ ୬୫୮ଟି ଏବଂ ଗ୍ରାମାଞ୍ଚଳରେ ୫୦୮ଟି ବୁଥ ରହିଛି । ଇଭିଏମ ଓ ଭିଭିପ୍ୟାଟ କଡା ସୁରକ୍ଷା ମଧ୍ୟରେ ରଖାଇଯାଇଛି । ୫ଟି ଫ୍ଲୋରରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପାଇଁ ଦୁଇଟି ଲେଖାଏଁ ଷ୍ଟ୍ରଙ୍ଗ ରୁମ ବ୍ୟବସ୍ଥା ହୋଇଛି । ଗୋଟିଏ ଲୋକସଭା ଓ ଅନ୍ୟଟି ବିଧାନସଭା କ୍ଷେତ୍ର ପାଇଁ ଷ୍ଟ୍ରଙ୍ଗରୁମ ରହିଛି । ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନେ ମଧ୍ୟ ଏହି ଷ୍ଟ୍ରଙ୍ଗରୁମ ନିକଟରେ ୨୪ ଘଣ୍ଟିଆ ଉପସ୍ଥିତ ରହିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି ।ଆଜିଠାରୁ ଭୋଟ ଗଣତି ଯାଏ ସବୁ ଦିନର ଭିଡିଓ ରେକର୍ଡିଂ କରାଯିବ । ଯାହାକି ଆସନ୍ତା ୩ରୁ ୪ ମାସ ପର୍ୟ୍ୟନ୍ତ ଏହି ରେକଡିଂ ରହିବ । ଷ୍ଟ୍ରଙ୍ଗ ରୁମ ଗୁଡିକୁ ଡବଲ ଲକ କରାଯିବ ।
Trending
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
Prev Post
Next Post