ମସ୍କ ଏଭଳି ସମୟରେ ଭାରତ ଆସୁଛନ୍ତି, ଯେତେବେଳେ ଟେସ୍ଲାର ପ୍ଲାଣ୍ଟ ପାଇଁ ସ୍ଥାନ ଖୋଜିବା ଏବଂ ବ୍ୟବସାୟ ପ୍ରତିଷ୍ଠା ପାଇଁ ଦେଶର ବଡ଼ ବ୍ୟବସାୟ ଗୋଷ୍ଠୀ ସହ ସହଭାଗିତା ଭଳି ଆଲୋଚନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ମସ୍କଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଭାରତ ଆସିବାକୁ ନେଇ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି ଯେ, ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଅପେକ୍ଷା ରହିବ । ଗତ ବର୍ଷ ହିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ମସ୍କ ତାଙ୍କୁ ଭେଟିଥିଲେ । ଏହି ସମୟରେ ମିଡିଆ ସହ କଥାବର୍ତ୍ତା ହୋଇ କହିଥିଲେ ଯେ, ଟେସଲା ଭାରତ ନିଶ୍ଚିତ ଆସିବେ ।ସମାଚାର ଏଜେନ୍ସି ରଏଟର୍ସଙ୍କ ରିପୋର୍ଟ ମୁତାବକ, ଏଲନ ମସ୍କ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଭେଟ ୨୨ ଏପ୍ରିଲରେ ନୂଆଦିଲ୍ଲୀରେ ହୋଇପାରେ । ଏହା ପରେ ଏକ ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଟେସଲା ଭାରତରେ ବ୍ୟବସାୟୀ ସହଭାଗୀକୁ ଖୋଜୁଛନ୍ତି । ଏହି ରିପୋର୍ଟ ଅନୁ୍ାୟୀ, ଏଥିପାଇଁ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ସହ ଜଏଣ୍ଟ ବେଞ୍ଚର ହେବା ପାଇଁ କଥାବର୍ତ୍ତା କରୁଛନ୍ତି । ଏହା ବ୍ୟତୀତ ଫାଇନାନସିଆଲ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଥିଲା ଯେ, ଏଲନ ମସ୍କ ଭାରତରେ ଏପ୍ରିଲରେ ନିଜ ଟିମକୁ ପଠାଇବେ ।
Trending
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
Prev Post