ନିରୀହ ଆଦିବାସୀଙ୍କୁ ଶୋଷଣ କରିଛି ଠିକାଦାର
ମେଟ୍ରୋ ଟିଭି ଓଡିଶା,୧/୨ : ଖୁଣ୍ଟ ପଡିଛି, ତାର ଟଣା ଯାଇଛି, ମିଟର ବି ବସିଛି, ହେଲେ ବିଜୁଳି ସଂଯୋଗ ହୋଇନି। ବର୍ଷେ ହେଲା ମିଟର ବସାଇବା ପାଇଁ ଘର ପିଛା ଦୁଇଶହ ଲେଖାଏଁ ନେଇଛନ୍ତି, କିନ୍ତୁ ବିଦ୍ୟୁତ ସଂଯୋଗ ଦେଲେନି। ଯାହାକୁ ନେଇ ବିଦ୍ୟୁତ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପଣସଡିହା ପଞ୍ଚାୟତ ପାତ୍ରବେଡା ଗ୍ରାମରେ। ଗ୍ରାମରେ ବାସକରନ୍ତି ୪୦ ରୁ ଉର୍ଦ୍ଧ ପରିବାର କିନ୍ତୁ ସେମାନେ ବିଦ୍ୟୁତ କଣ ଜାଣିପାରିଲେନି। ସେମାନଙ୍କ ଅଭିଯୋଗ ଅନୁଯାଇ ଦୀର୍ଘ ୩ବର୍ଷ ତଳେ ଦିନଦୟାଲ ଯୋଜନାରେ ଗ୍ରାମକୁ ବିଜୁଳି ଆଲୋକ ଯୋଗାଇ ଦେବା ପାଇଁ ଠିକାଦାରଙ୍କ ଦ୍ଵାରା କାମ ଆରମ୍ଭ କରାଯାଇଥିଲା ।
ସୂଚନା ଅନୁସାରେ,ଠିକାଦାର ବାବୁ ନିରୀହ ଆଦିବାସୀ ମାନଙ୍କୁ ଭୂତେଇ ସେମାନଙ୍କ ଦ୍ଵାରା କାମ କରାଇ ଥିଲେ ସୁଦ୍ଧା ସେତିକିରେ ଲୋଭ ସରିନଥିଲା ଲୋକଙ୍କୁ କହିଥିଲେ ମିଟର ଲାଗିଲା ୨୦୦ଟଙ୍କା ଲେଖାଏଁ ଦେଲେ ତୁମର ଶୀଘ୍ର ଲାଇନ୍ ଆସିବ। ନିରୀହ ଆଦିବାସୀ ମାନେ ୨୦୦ ଟଙ୍କା ଲେଖାଏଁ ଆଦାୟ କରୀ ୪୦ଜଣ ପରିବାର ଠିକାଦାର ବାବୁଙ୍କୁ ଦେବା ପରେ ସେବାଠାରୁ ଠିକାଦାର ବାବୁଙ୍କ ଦର୍ଶନ ମିଳୁନି କି ଗାଁ ରେ ଲାଇନ୍ ଜଳୁନି ଗ୍ରାମବାସୀ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପିଲାମାନଙ୍କର ପାଠ ପଢ଼ାରେ ବ୍ୟଘାତ ସୃଷ୍ଟି ହେଉଥିବାରୁ ଗ୍ରାମବାସୀ ମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଖୁବ୍ ଶୀଘ୍ର ଲାଇନ୍ ଚାର୍ଜ କରାଗଲେ ନିରୀହ ଆଦିବାସୀ ମାନେ ଉପକୃତ ହୁଅନ୍ତେ ବୋଲି ଗାଁ ଲୋକେ ଦାବି କରିଛନ୍ତି।
ରିପୋର୍ଟ -ସୌମ୍ୟ ରଞ୍ଜନ ଆଚାର୍ଯ୍ୟ , ମେଟ୍ରୋ ଟିଭି ଓଡିଶା