କୋର୍ଟରେ ମାଇଁ ଲଡ୍ ବଦଳରେ ସାର୍ କହିବେ ଓକିଲ

କୋର୍ଟରେ ମାଇଁ ଲଡ୍ ବଦଳରେ ସାର୍ କହିବେ ଓକିଲ

ମେଟ୍ରୋ ଟିଭି ବ୍ୟୁରୋ,୩/୧: କୋର୍ଟରେ ଆଉ ଶୁଭିବାକୁ ମିଳିବନି ମାଇଁ ଲଡ୍ ଶଦ୍ଦ । ଏହା ବଦଳରେ ଓକିଲ ମାନେ ସାର୍ ଶଦ୍ଦ ଉଚ୍ଚାରଣ କରିବେ । ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏପରି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ରୁମ୍ରେ ଆଉ ମାଇଁ ଲଡ୍ ସମ୍ବୋଧନ କରିବେନି।

thestatesman.com

ଏବେ ଜଜ୍ ଆଇନଜୀବୀ ସାର୍ ଭାବେ ସମ୍ବୋଧନ କରିବେ। କୋର୍ଟରେ ମାମଲା ପରିଚାଳନା ସମୟରେ ମାଇଁ ଲର୍ଡ ପରିବର୍ତ୍ତେ ସାର୍ କିମ୍ବା ଅନରେବୁଲ କୋର୍ଟ ବୋଲି ସମ୍ବୋଧନ କରିବା ପାଇଁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଛନ୍ତି। ୨୦୧୬ରେ ବାର୍ କାଉନସିଲ ଅଫ୍ ଇଣ୍ଡିଆ ଏନେଇ ଏକ ପ୍ରସ୍ତାବ ଆଣିଥିଲା। ମୁଖ୍ୟ ବିଚାରପତିଙ୍କ ଏହି ନିଷ୍ପତ୍ତିକୁ ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର ଏବଂ ଅନ୍ୟମାନେ ସ୍ବାଗତ କରିଛନ୍ତି।