କେନ୍ଦ୍ରାପଡାରେ ପଞ୍ଚାୟତ ନିର୍ବାଚନ ଜୋରଦାର ,ଭାଗ୍ୟ ନିର୍ଦ୍ଧାରଣ କରିବେ ୪ ହଜାର ୬ ସହ ଭୋଟର

କେନ୍ଦ୍ରାପଡାରେ ପଞ୍ଚାୟତ ନିର୍ବାଚନ ଜୋରଦାର ,ଭାଗ୍ୟ ନିର୍ଦ୍ଧାରଣ କରିବେ ୪ ହଜାର ୬ ସହ ଭୋଟର

ମେଟ୍ରୋ ଟିଭି ଓଡିଶା,୪/୨ : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଦଶିପୁର ପଞ୍ଚାୟତରେ ୧୭ଟି ୱାର୍ଡ ଓ ୪,୬୦୦ ଭୋଟର ମାନେ ନିର୍ଦ୍ଧାରଣ କରିବେ ୩ ଜଣ ସରପଞ୍ଚ ପ୍ରାର୍ଥୀ ଙ୍କ ଭାଗ୍ୟ କାହାକୁ ବାଛିବେ ସରପଞ୍ଚ ,କାହା ମୁଣ୍ଡରେ ପିନ୍ଧାଉଛନ୍ତି ସରପଞ୍ଚ ମୁକୁଟ ଏହାକୁ ନେଇ ମେଟ୍ରୋ ଟିଭି ରେ ସିଧା ପ୍ରସାରଣ ପଞ୍ଚାୟତ ମହାସଂଗ୍ରାମ। । ଦଶିପୁର, ବାଘଡିଆ, ଆଦମପୁର,ବାଲଣା,ପଳାସପୁର କୁ ନେଇ ଗଠିତ ଦଶିପୁର ପଞ୍ଚାୟତ ବିଗତ ଦିନରେ ଯୁବ ସରପଂଚ ବିକ୍ରମ କେଶରୀ ଦାଶ ଅନେକ ବିକାଶ ମୂଳକ କାର୍ଯ୍ୟ କରି ପଞ୍ଚାୟତ ବାସିଙ୍କ ସମର୍ଥନ କୁ ପାଥେୟ କରି ଭୋଟର ମାନଙ୍କୁ ନିଜ ସପକ୍ଷରେ ଭୋଟ ଦେବାପାଇଁ ଘରଘର ବୁଲି ପ୍ରଚା କରୁଛନ୍ତ ।

YouTube player


ବେଳେ ଅନ୍ୟ ପକ୍ଷରେ ସେନାବାହିନୀରୁ ବ୍ରହ୍ମାନନ୍ଦ ଜେନା ଅବସର ଗ୍ରହଣ କରି ରାଜନୀତି ମଇଦାନରେ ପଦାର୍ପଣ କରି ଭୋଟର ମାନଙ୍କୁ ନିଜ ସପକ୍ଷରେ ମତଦାନ କରିବାକୁ ଘରଘର ବୁଲି ପ୍ରଚାର କରୁଥିବା ବେଳେ ଅପରପକ୍ଷରେ ଅନ୍ୟ ଏକ ଆଶାୟୀ ମହିଳା ସରପଞ୍ଚ ପ୍ରାର୍ଥୀ ମାନସି ସ୍ୱାଇଁ ବିକାଶ କରିବା ନାମରେ ଭୋଟର ମାନଙ୍କ ପାଖରେ ପହଞ୍ଚି ନିଜ ଆଡକୁ ଭୋଟର ମାନଙ୍କୁ ଆକୃଷ୍ଟ କରୁଛନ୍ତି ।

ଏହା ଭିତରେ ପଞ୍ଚାୟତରେ ଭୋଟ ଗ୍ରହଣ ପାଇଁ ୧୮ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଦଶିପୁର ପଞ୍ଚାୟତରେ ୩ଜଣ ପ୍ରାର୍ଥୀ ଙ୍କ ମଧ୍ୟରେ କଡ଼ା ଟକ୍କର ହେବା ନେଇ ଆଶା କରାଯାଉଛି। କିନ୍ତୁ ବିକାଶର ମୂଳଦୁଆ ଗଠିଥିବା ପୂର୍ବତନ ସରପଞ୍ଚ ତଥା ଆଶାୟୀ ସରପଞ୍ଚ ପ୍ରାର୍ଥୀ ବିକ୍ରମ କେଶରୀ ଦାଶଙ୍କ ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟ ,ସାହାଯ୍ୟ ସହଯୋଗ ଓ ଲୋକପ୍ରିୟତା ପାଇଁ ବିକ୍ରମଙ୍କ ଦବଦବା ବଢ଼ିବାରେ ଲାଗିଛି ଯାହାକୁ ନେଇ ଦୁଇ ପ୍ରାର୍ଥୀ ଙ୍କ ମଧ୍ୟରେ ଭାଳେଣି ସୃଷ୍ଟି ହୋଇଛି।

ବିକାଶକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଅଧୁରା କାର୍ଯ୍ୟକୁ ଆଗାମୀ ଦିନରେ ତ୍ୱରାନ୍ୱିତ କରିବା ଆଶାରେ ବିକ୍ରମ ଙ୍କ ପତିଆରା ରେ ହତବାକ୍ ଆଶାୟୀ ମାନେ। ବାସ୍ତବ କ୍ଷେତ୍ରରେ ଦେଖିବାକୁ ଗଲେ ଭୋଟର ମାନେ ନିଜ ମତଦାନ କୁ ପୂର୍ବତନ ସରପଞ୍ଚ ବିକ୍ରମ ଙ୍କ ସପକ୍ଷରେ ଯିବା ପାଇଁ ମତାମତ ଦେଇଥିବା ବେଳେ ଆଶାୟୀ ସରପଞ୍ଚ ମାନଙ୍କ ଆଶା ଆଶାରେ ରହିଯିବନି ତ। ଦେଖିବାକୁ ବାକିରହିଲା ପଞ୍ଚାୟତ ନିର୍ବାଚନ ର ଫଳାଫଳ ପ୍ରକାଶ ପରେ ଦେଖାଯିବ ସାଧାରଣ ଜନତା କାହାକୁ ସରପଞ୍ଚ ର ମୁକୁଟ ପିନ୍ଧାଉଛନ୍ତି।

ରିପୋର୍ଟ ସୂର୍ଯ୍ୟ କାନ୍ତ ଦାଶ,ମେଟ୍ରୋ ଟିଭି