ଆସନ୍ତା ୧୦ ତାରିଖରୁ ପୁଣି କଡାକଡି ହେବ ଗାଡି ଚେକିଂ

ଆସନ୍ତା ୧୦ ତାରିଖରୁ ପୁଣି କଡାକଡି ହେବ ଗାଡି ଚେକିଂ । ଟ୍ବିନସିଟିରେ ସ୍ପେଶାଲ ଡ୍ରାଇଭ କରିବ କମିଶନରେଟ ପୋଲିସ । ବିକଟାଳ ହର୍ଣ୍ଣ, କଳାକାଚର ହେବ ଚେକିଂ । ଗାଡିରେ ବିକଟାଳ ହର୍ଣ୍ଣ, କଳାକାଚ ଲଗାଇଥିଲେ ଦେବାକୁ ହେବ ଜରିମାନା । ମୋଟା ଅଙ୍କର ଜରିମାନା ନେଇ ସତର୍କ କଲା ପୋଲିସ । ଚେକିଂ ପୂର୍ବରୁ କାଢି ଦିଅନ୍ତୁ, ନଚେତ ଗଣିବେ ଫାଇନ୍ । ଯାଞ୍ଚ ପୂର୍ବରୁ ସତର୍କ କଲା କମିଶନରେଟ ପୋଲିସ ।

କୋଭିଡ ପରଠୁ ଗାଡି ଚେକିଂ ବନ୍ଦ ରହିଥିଲା । ଲାଇସେନ୍ସ, ହେଲମେଟ, ପଲ୍ୟୁସନ ଆଦି ଚେକିଂ ବନ୍ଦ ରହିଛି । ହେଲେ ଏବେ ପୁଣି ଆକ୍ସନ ମୋଡକୁ ଫେରିଛି କମିଶନରେଟ ପୋଲିସ । ଗାଡି ଯାଞ୍ଚ ନେଇ ଏବେ ଟୁଇନ ସିଟିରେ ଆରମ୍ଭ ହେବ ଧରପଗଡ । ଯଦି ଆପଣ ଗାଡିରେ ଏଭଳି କିଛି ନିୟମ ଉଲ୍ଲଘଂନ କରିଥିବା ଜିନିଷ ବ୍ୟବହାର କରିଛନ୍ତି ତେବେ ଚେକିଂ ହେବା ପୂର୍ବରୁ କାଢି ଦିଅନ୍ତୁ ।