ନୂଆଁଖାଇ ପଶ୍ଚିମ ଓଡିଶାର ଏକ ଗଣପର୍ବ। ନୂଆଁଖାଇବା ପାଇଁ ଲଗ୍ନ ଧାର୍ଯ୍ୟ ଠାରୁ ଆରମ୍ଭ ହୋଇଯାଏ ପ୍ରସ୍ତୁତି। ଘରେ ଘରେ ଆନନ୍ଦର ଆସର।ନୂଆଁଖାଇ ପାଇଁ ଆଜି ମା’ଙ୍କ ପାଖରେ ଲାଗି ହୋଇଛି ନୂଆ ସିନ୍ଦୁର । ପ୍ରଥମେ ଶ୍ରୀ ଗଣେଶଙ୍କୁ ପୂଜା କରିବା ପରେ ମା’ ସମଲେଶ୍ୱରୀଙ୍କ ପାଶ୍ୱର୍ରେ ଥିବା ଦେବୀ ମାନଙ୍କୁ ନୂତନ ସିନ୍ଦୁର ଲାଗି କରାଯାଇଥିଲା । ପୂଜକମାନେ ଏହି କାର୍ଯ୍ୟକ୍ରମ କରିଥିଲେ । ସିନ୍ଦୁର ଲାଗି ହେବା ପରେ ମନ୍ଦିର ଚତୁଃପାଶ୍ୱର୍କୁ ସଫା କରାଯାଏ । ଏହା ଛଡା ମା’ଙ୍କ ଠାରେ ଲାଗି ହୋଇଥିବା ଗହଣା ମଧ୍ୟ ସଫା ହୋଇଥାଏ । ମନ୍ଦିର ପ୍ରଶାସନ ଏବଂ ପୋଲିସ ଉପସ୍ଥିତିରେ ଏହାକୁ ସଫା କରାଯାଏ । ଏହା ଛଡା ପୂଜା ପାଇଁ ମନ୍ଦିରର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।ଆସନ୍ତା କାଲି ମା’ଙ୍କ ନୂଆ ବେଶ କରାଯିବ । ମା’ କାଲି ନୂଆ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଆସନ୍ତା କାଲି ୧୦.୨୭ ମିନିଟରୁ ୧୦.୪୨ ମିନିଟ ମଧ୍ୟରେ ନବାର୍ଣ୍ଣ ଲାଗି ହେବ । ନୂଆ ଖାଇବା ପରେ ଭେଟଘାଟ ହୋଇଥାଏ । ଗୁଗୁଜନମାନଙ୍କୁ ସମସ୍ତେ ଜୁହାର କରିବାର ପରମ୍ପରା ରହିଛି ।
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
Prev Post
Next Post