ଆଜିଠୁ ଆଦିବାସୀ ମେଳା, ୧୦ ଦିନ ଯାଏଁ ଚାଲିବ

ଆଜିଠୁ ଆଦିବାସୀ ମେଳା, ୧୦ ଦିନ ଯାଏଁ ଚାଲିବ

ମେଟ୍ରୋ ଟିଭି ଓଡିଶା (୨୩.୪.୨୦୨୨ )

ଆଜି ଠାରୁ ଭୁବନେଶ୍ୱର ୟୁନିଟ୍‌ ୩ ସ୍ଥିତ ପ୍ରଦର୍ଶନୀ ପଡିଆଠାରେ ଆରମ୍ଭ ହେବ ଆଦିବାସୀ ମେଳା । ଶନିବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀକୁ ଉଦଘାଟନ କରିବେ ।

ମେଳାରେ କିଣା ବିକା ପାଇଁ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କୃଷି ଓ ଜଙ୍ଗଲଜାତି ସାମଗ୍ରୀ ଉପଲବ୍ଧ ହେବ । ଏଥିପାଇଁ ମୋଟ୍‌ ୧୦୦ଟି ଷ୍ଟଲ କରାଯାଉଥିବା ବେଳେ ଆଇଟିଡିଏ, ମାଇକ୍ରୋ ପ୍ରୋଜେକ୍ଟ, ମିଶନ ଶକ୍ତି, ଓରମାସ, ଟିଡିସିସି ଆଦି ଯୋଗଦେବେ । ତେବେ ସେମାନଙ୍କ ଷ୍ଟଲରେ କେବଳ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ ।