ଆଜିଠାରୁ କାଳବୈଶାଖୀ
ମେଟ୍ରୋ ଟିଭି ଓଡିଶା (୨୦.୪.୨୦୧୨)
ତାତିରୁ ମିଳିବ ସାମାନ୍ୟ ନିସ୍ତାର। ଆଜିଠାରୁ ଆସନ୍ତା ୨୨ ତାରିଖ ଯାଏ କିଛି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, କିଛି ଜିଲ୍ଲାରେ କାଳବୈଶାଖୀ ହେବା ଫଳରେ ତାପମାତ୍ରା ୨ ଡିଗ୍ରୀ ହ୍ରାସ ପାଇବ। ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ହେବା ସ୍ୱତ୍ତେ ତାପମାତ୍ରାର କୌଣସି ପରିବର୍ତ୍ତିନ ହେବ ନାହିଁ। ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ।

ପାଣିପାଗ ବିଜ୍ଞାନୀ ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଉପକୂଳ ଅଞ୍ଚଳରେ ଜଳୀୟ ବାଷ୍ପ ପରିମାଣ ଅଧିକ ରହୁଥିବାରୁ ତାତି ଅଧିକ ନ ଥିବା ବେଳେ ଗୁଳିଗୁଳି ଅଧିକ ଅନୂଭୂତ ହେଉଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏହି ଗୁଳିଗୁଳି ଲାଗିରହିବ। କାଳବୈଶାଖୀ ପରେ ସେଥିରୁ ସାମାନ୍ୟ ନିସ୍ତାର ମିଳିବ। ପରବର୍ତ୍ତୀ ସମୟରେ ଯଦି ସାମୁଦ୍ରିକ ବାୟୂର ପ୍ରଭାବ ରହିଲା ପୁଣି ଗୁଳିଗୁଳି ହେବାର ସମ୍ଭାବନା ରହିଛି।