ଜଣେ ଯୁବତୀଙ୍କୁ ହତ୍ୟା କରି ଦୟାନଦୀରେ ଫିଙ୍ଗି ଦିଆଯାଇଛି। ତାଙ୍କର ହାତ ଗୋଡ଼ ବନ୍ଧା ଯାଇଛି। ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଜଣାପଡିଛି। ଗଦିଶାଗଦା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜଣେ ଯୁବତୀଙ୍କ ମୃତ ଦେହ ନୂଆଗାଁ ନିକଟ ଦୟାନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ତାଙ୍କୁ ହତ୍ୟାକରି ଫିଙ୍ଗି ଦିଆ ଯାଇଥିବା ସନ୍ଦେହ କରାଯାଉଛି। ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଯୁବତୀଙ୍କ ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ ହେବ। ଏକ ଆଖା ଭିତରୁ ଯୁବତୀଙ୍କ ମୃତ ଦେହ ମିଳିଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି। ଘନ ଅନ୍ଧକାର ଯୋଗୁ ତଦନ୍ତ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। କିଛି ବର୍ଷ ତଳେ ପୁରୀର ଜଣେ ମହିଳାଙ୍କୁ ହତ୍ୟା କରି ଦୟାନଦୀରେ ଫିଙ୍ଗି ଦିଆଯାଇ ଥିଲା। ମହିଳାଙ୍କ ଶବ ଚିହ୍ନଟ ପରେ ପୁଲିସ ତାଙ୍କ ସ୍ବାମୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା। ତେଣୁ ବୁଧବାର ରାତିରେ ଆଉ ଜଣେ ଯୁବତୀଙ୍କ ମୃତ ଦେହ ଦୟାନଦୀ କୂଳରୁ ମିଳିବା ଘଟଣା ପୁଲିସ ପାଇଁ ଏକ ଚାଲେଞ୍ଜ ହୋଇଛି।
Trending
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
Prev Post