ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳର କର୍ମୀମାନଙ୍କ ମନରେ ସେତିକି ଉତ୍ସାହ ପରିଲକ୍ଷିତ ହେଉଛି। ଆସନ୍ତା ନିର୍ବାଚନରେ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାହାକୁ ନେଇ ନେତା ଓ କର୍ମୀମାନେ ଦ୍ବନ୍ଦ୍ବରେ ରହିଛନ୍ତି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନେତା ଓ କର୍ମୀମାନେ ଲୋକଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିବାକୁ ଲାଗିପଡ଼ିଲେଣି।ବିଜେଡିର ବିଧାୟକ ଅଛନ୍ତି ଜ୍ୟୋତିରିନ୍ଦ୍ରନାଥ ମିତ୍ର। ସେ ନିର୍ବାଚନ ମଣ୍ଡଳୀ ସାରା ବୁଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକ ସମ୍ପର୍କ ରଖୁଛନ୍ତି। ସେ ନିଜେ ପୁଣି ଥରେ ନିର୍ବାଚନ ଲଢ଼ି ପାରନ୍ତି କିମ୍ବା ଅସୁସ୍ଥତା ଯୋଗୁଁ ନିଜ ପୁଅଙ୍କୁ ପ୍ରାର୍ଥୀ କରିବା ଆଶା ରଖିଛନ୍ତି। ଖୋର୍ଦ୍ଧା ରାଜନୀତିରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ଜ୍ୟୋତିରିନ୍ଦ୍ରନାଥଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଭାବେ ବେଗୁନିଆ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ସାହୁ ବେଶ୍ ଜଣାଶୁଣା।ଗତ ସାଧାରଣ ନିର୍ବାଚନରେ ଶେଷ ମୁହୂର୍ତ୍ତରେ ତାଙ୍କୁ ବେଗୁନିଆରୁ ପ୍ରାର୍ଥୀ କରିଥିଲା ବିଜେଡି। ଏଥର ସେ ଖୋର୍ଦ୍ଧା ଆସନକୁ ଫେରିବା ଆଶା ରଖିଛନ୍ତି। ଖୋର୍ଦ୍ଧା ଓ ଟାଙ୍ଗୀ ଉଭୟ ପଞ୍ଚାୟତ ସମିତି ଅଧ୍ୟକ୍ଷା ତାଙ୍କ ସମର୍ଥକ ବୋଲି ବିଜେଡି କର୍ମୀ ମହଲରେ ଚର୍ଚ୍ଚା ହେଉଛି। ସେହିପରି ଦଳ ଯଦି ମହିଳାଙ୍କ ପାଇଁ ଆସନ ସଂରକ୍ଷଣ କରେ ତେବେ ତାଙ୍କ ପତ୍ନୀ ତଥା ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ସାହୁ ପ୍ରାର୍ଥୀ ହେବେ ବୋଲି ରାଜେନ୍ଦ୍ର ସାହୁଙ୍କ ସମର୍ଥକମାନେ କହୁଛନ୍ତି। ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ, ରାଜ୍ୟ ମହିଳା ବିଜେଡି ଉପ ସଭାନେତ୍ରୀ ବାସନ୍ତୀ ମହାପାତ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ଜନସମ୍ପର୍କ ରଖୁଛନ୍ତି। ସେହିପରି ପୂର୍ବତନ ପ୍ରଶାସକ ଦେବରାଜ ସେନାପତି, ଓଡ଼ିଶା ମୋ ପରିବାର ଜିଲା ସଂଯୋଜକ ଦିଲ୍ଲୀପ କୁମାର ହୋତା ବିଜେଡି ଟିକେଟ ପାଇବା ଆଶା ରଖିଥିବା ଚର୍ଚ୍ଚା ହେଉଛି।
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
Prev Post