ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୈତିକ ଦଳର କର୍ମୀମାନଙ୍କ ମନରେ ସେତିକି ଉତ୍ସାହ ପରିଲକ୍ଷିତ ହେଉଛି। ଆସନ୍ତା ନିର୍ବାଚନରେ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ତାହାକୁ ନେଇ ନେତା ଓ କର୍ମୀମାନେ ଦ୍ବନ୍ଦ୍ବରେ ରହିଛନ୍ତି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନେତା ଓ କର୍ମୀମାନେ ଲୋକଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିବାକୁ ଲାଗିପଡ଼ିଲେଣି।ବିଜେଡିର ବିଧାୟକ ଅଛନ୍ତି ଜ୍ୟୋତିରିନ୍ଦ୍ରନାଥ ମିତ୍ର। ସେ ନିର୍ବାଚନ ମଣ୍ଡଳୀ ସାରା ବୁଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକ ସମ୍ପର୍କ ରଖୁଛନ୍ତି। ସେ ନିଜେ ପୁଣି ଥରେ ନିର୍ବାଚନ ଲଢ଼ି ପାରନ୍ତି କିମ୍ବା ଅସୁସ୍ଥତା ଯୋଗୁଁ ନିଜ ପୁଅଙ୍କୁ ପ୍ରାର୍ଥୀ କରିବା ଆଶା ରଖିଛନ୍ତି। ଖୋର୍ଦ୍ଧା ରାଜନୀତିରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ଜ୍ୟୋତିରିନ୍ଦ୍ରନାଥଙ୍କ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଭାବେ ବେଗୁନିଆ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ସାହୁ ବେଶ୍ ଜଣାଶୁଣା।ଗତ ସାଧାରଣ ନିର୍ବାଚନରେ ଶେଷ ମୁହୂର୍ତ୍ତରେ ତାଙ୍କୁ ବେଗୁନିଆରୁ ପ୍ରାର୍ଥୀ କରିଥିଲା ବିଜେଡି। ଏଥର ସେ ଖୋର୍ଦ୍ଧା ଆସନକୁ ଫେରିବା ଆଶା ରଖିଛନ୍ତି। ଖୋର୍ଦ୍ଧା ଓ ଟାଙ୍ଗୀ ଉଭୟ ପଞ୍ଚାୟତ ସମିତି ଅଧ୍ୟକ୍ଷା ତାଙ୍କ ସମର୍ଥକ ବୋଲି ବିଜେଡି କର୍ମୀ ମହଲରେ ଚର୍ଚ୍ଚା ହେଉଛି। ସେହିପରି ଦଳ ଯଦି ମହିଳାଙ୍କ ପାଇଁ ଆସନ ସଂରକ୍ଷଣ କରେ ତେବେ ତାଙ୍କ ପତ୍ନୀ ତଥା ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ସାହୁ ପ୍ରାର୍ଥୀ ହେବେ ବୋଲି ରାଜେନ୍ଦ୍ର ସାହୁଙ୍କ ସମର୍ଥକମାନେ କହୁଛନ୍ତି। ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ, ରାଜ୍ୟ ମହିଳା ବିଜେଡି ଉପ ସଭାନେତ୍ରୀ ବାସନ୍ତୀ ମହାପାତ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ଜନସମ୍ପର୍କ ରଖୁଛନ୍ତି। ସେହିପରି ପୂର୍ବତନ ପ୍ରଶାସକ ଦେବରାଜ ସେନାପତି, ଓଡ଼ିଶା ମୋ ପରିବାର ଜିଲା ସଂଯୋଜକ ଦିଲ୍ଲୀପ କୁମାର ହୋତା ବିଜେଡି ଟିକେଟ ପାଇବା ଆଶା ରଖିଥିବା ଚର୍ଚ୍ଚା ହେଉଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post