କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ୨୧ ଲକ୍ଷ ୧୬ ହଜାର ୨୯୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସିବିଏସଇ ଦଶମରେ ପାସ୍ ହାର ୯୪.୪୦ ପ୍ରତିଶତ। ରାଜଧାନୀ ଭୁବନେଶ୍ୱର ରିଜିଅନରେ ପାସ ହାର ୯୬.୪୬%। ଚଳିତ ବର୍ଷ ଦେଶରେ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରାୟ ୨୧ ଲକ୍ଷ ୧୬ ହଜାର ୨୯୦ ବିଦ୍ୟାର୍ଥୀ ପଞ୍ଜୀକରଣ କରିଥିଲେ । ଏଥିରେ ମୋଟ ୫୦୦ ମାର୍କରୁ ୫୦୦ ସ୍କୋର କରି ସାରା ଦେଶରେ ଟପ୍ପର ହୋଇଛନ୍ତି ଉତ୍ତର ପ୍ରଦେଶର ବୁଲନ୍ଦଶହରର ଛାତ୍ରୀ ତାନ୍ୟା ସିଂହ। ବୁଲନ୍ଦଶହରର ଡିଏଭି ପବ୍ଲିକ ସ୍କୁଲ(ଡିପିଏସ୍)ର ଛାତ୍ରୀ ତାନ୍ୟା ସବୁ ବିଷୟରେ ୧୦୦ ଲେଖାଏ ମାର୍କ ରଖିଥିବା ତାଙ୍କ ପ୍ରିନ୍ସିପାଲ ସୂଚନା ଦେଇଛନ୍ତି।
ହି ରେଜଲ୍ଟ ପରେ ଡିପିଏସ୍ରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଛି। ତାନ୍ୟା କହିଛନ୍ତି, “ମୁଁ ଡିପିଏସ୍ର ଛାତ୍ରୀ। ସମସ୍ତଙ୍କ ସହଯୋଗ ଯୋଗୁ ମୋତେ ଏହି ସଫଳତା ମିଳିଛି। ମୁଁ ୫୦୦ରୁ ୫୦୦ ମାର୍କ ରଖିଛି। ଏଥିସହ ସର୍ବଭାରତୀୟ ସ୍ତରରରେ ଟପ୍ପର ହୋଇଛି।”
ଏହି ଡିପିଏସ୍ ସ୍କୁଲର ଆଉ ଜଣେ ଛାତ୍ରୀ ଭୂମିକା ଗୁପ୍ତା ୫୦୦ରୁ ୪୯୯ ମାର୍କ ରଖିଛନ୍ତି। ସେହିପରି ଆଉ ଜଣେ ଛାତ୍ରୀ ସୌମ୍ୟା ନାମଦେବ ୪୯୭ ମାର୍କ ରଖିଛନ୍ତି।