କେନାଲରେ ଭାସିଯାଇ ଜଣେ ମୃତ,ଦୁଇ ନିଖୋଜ, ଭଷାଣୀ ଦେଖି ଫେରୁଥିଲେ

ଜଗତପୁର: ଭଷାଣୀ ଦେଖିବାକୁ ଯାଇଥିଲେ । ହେଲେ ଘରକୁ ଫେରିଲେନି । କଣ ଘଟିଲା ତାହା ପରିବାର ଲୋକେ କହିପାରୁନାହାଁନ୍ତି । କଟକ ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ନିଖୋଜ ହୋଇଥିବା ଚର୍ଚା ହେବା ପରେ ଜଣଙ୍କ ଶବ ଉଦ୍ଧାର ହୋଇଛି । ବୁଧବାର ବିଳମ୍ବିତ ରାତିରେ ଜଗତପୁର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ୩ ଜଣ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଆଜି ସକାଳୁ ଘଟଣାସ୍ଥଳରେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ମିଳିତ ଭାବେ ସର୍ଚ ଅପରେସନ ଜାରି ରଖିଛନ୍ତି। ନିଖୋଜ ୩ ଜଣକ ମଧ୍ୟରେ ୨ ଜଣ କଟକ ଚାଉଳିଆଗଞ୍ଜ ଓ ଜଣେ ଚୌଦ୍ଵାର ଅଞ୍ଚଳର ବୋଲି ଜଣାପଡିଛି। ଚୌଦ୍ଵାର ରୁପଯାତ୍ରା ଭସାଣୀ ଦେଖିସାରି ୪ ଜଣ ସାଙ୍ଗ ଘରକୁ ଫେରୁଥିବା ସମୟରେ ପଟ୍ଟାମୁଣ୍ଡାଇ କେନାଲରେ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ହଠାତ୍ ୪ ଜଣ ସାଙ୍ଗ କେନାଲ ଭିତରକୁ ଖସି ଯାଇଥିଲେ । ତେବେ ସେଥିରୁ ଜଣେ ପହଁରି କୂଳରେ ଲାଗିଥିଲେ । କଟକ ଜଗତପୁର ପଟ୍ଟାମୁଣ୍ଡାଇ କେନାଲରେ ୪ ଜଣ ଭାସିଯିବା ଘଟଣାରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଏବେ ମଧ୍ୟ ବାକି ୨ ଜଣଙ୍କ କୌଣସି ପତ୍ତା ମିଳିନି । ଘଟଣାସ୍ଥଳରେ ଜଗତପୁର ଥାନା ପୋଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି