ବରଗଡ଼ : ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆସନ୍ତା ଜାନୁଆରୀ ୧୫ରେ ଆରମ୍ଭ ହେବ । ଏହା ୧୧ଦିନ ପର୍ଯ୍ୟନ୍ତ ଚାଲିବ। ଗୋପପୁର ଯାତ୍ରାରେ ଗତ ବର୍ଷ ହୋଇଥିବା ଖର୍ଚ୍ଚ ଅଟକଳ ନେଇ ସଭାରେ ଆରୋପ ପ୍ରତ୍ୟାରୋପ ହୋଇଥିଲା। ମହୋତ୍ସବ ଆୟୋଜନ କମିଟି ମିଥ୍ୟା ବିଲ ଭାଉଚର ଦେଇ ଟଙ୍କା ଉଠାଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଜିଲାପାଳ ଗୁରୁତ୍ୱର ସହ ଗ୍ରହଣ କରି ପୁରୁଣା ଆୟୋଜନ କମିଟିକୁ ଭାଙ୍ଗି ନୂଆ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ କରି ଆବଶ୍ୟକ ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି। ଧନୁଯାତ୍ରାର ଆର୍ଥିକ ସ୍ୱଚ୍ଚଳତା ପ୍ରତି ଧ୍ୟାନ ଦେବା ସହ ଯାତ୍ରାର ଗାରିମା ବୃଦ୍ଧି ପାଇଁ ପୁରୁଣା କମିଟିର ପୁନର୍ଗଠନ କରିବାକୁ ପ୍ରସ୍ତାବ ଆସିଛି। ଧନୁଯାତ୍ରା ଆୟୋଜନ କମିଟିର ଯେଉଁ ସଦସ୍ୟମାନେ ପ୍ରାଣ ହରାଇ ସାରିଲେଣି ସେମାନଙ୍କ ନାମ ଏବେ ମଧ୍ୟ କମିଟିରେ ଥିବାରୁ ଏହାକୁ ସଂଶୋଧନ କରି ଅଧିକ ଦକ୍ଷ କମିଟି ଗଠନ କରାଯାଉ ବୋଲି ପ୍ରସ୍ତାବ ଦିଆଯାଇଛି। ଯାତ୍ରାର ମାନବୃଦ୍ଧି ପାଇଁ ନୂଆ କଳାକାର ଚୟନ ଓ ନୂଆ କମିଟି ଗଠନ ଜରୁରୀ ବୋଲି ମତପ୍ରକାଶ ପାଇଛି।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା