ରାଜ୍ୟରେ ତାଣ୍ଡବ ରଚିଛି କାଳବୈଶାଖୀ

ଭୁବନେଶ୍ୱର: ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ରାଜଧାନୀରେ ତାଣ୍ଡବ ରଚିଛି କାଳବୈଶାଖୀ । ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ସହ  ପବନ ସହିତ ପ୍ରବଳ ବର୍ଷା ହୋଇଛି । ଯାଜପୁର କୋରେଇରେ ସର୍ବାଧିକ ୬୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି କେନ୍ଦୁଝର ହାଟଡିହିରେ ୫୧.୧ ଓ ବୌଦ୍ଧ କଣ୍ଟାମାଳରେ ୪୪.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଝଡ଼ବର୍ଷା ନେଇ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।