ଝଡ଼ ଆସୁଛି ସତର୍କ ରହିବା ଜରୁରୀ

ଭୁବନେଶ୍ୱର: କିଛି ଦିନ ଧରି ପ୍ରବଳ ତାତି ପରେ ଏବେ ଝଡ଼ ବର୍ଷା ଆସୁଛି । ଏଥିପାଇଁ  ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବିଶେଷ କରି ବିଜୁଳି ଘଡ଼ଘଡ଼ି ସମୟରେ ସତର୍କ ରହିବା ପାଇଁ କୁହାଯାଇଛି । ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ରହିଥିବାରୁ କିଛି ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଦୁଇ ଦିନ ହେଲା ଆରମ୍ଭ ହୋଇଛି। କାଳବୈଶାଖୀ ସକାଶେ ଅରେଞ୍ଜ ଚେତାବନୀ ୨୩ ଅପ୍ରେଲରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଏବଂ ଝଡ-ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବହିବ ।  ୨୪ ଅପ୍ରେଲରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଝଡ଼ ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି (୭ ରୁ ୧୧ ସେମି) ସମ୍ଭାବନା ରହିଛି ।

ଉତ୍ତରପ୍ରଦେଶ ଏବଂ ଏହାର ଆଖପାଖରେ ସୃଷ୍ଟ ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟରେ ପାଗ କୋହଲା ରହିଛି। ରାଜଧାନୀ ତାପମାତ୍ରା ମଧ୍ୟ କମିଛି ।  ତେବେ ଆସନ୍ତା ୨ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଥିବାରୁ ସତର୍କ ରହିବା ପାଇଁ କୁହାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣିଂ ଆଲର୍ଟ ଜାରି କରାଯାଇଛି। ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ଜନସାଧାରଣ ଆସନ୍ତା ଦୁଇ ଦିନ ସତର୍କ ରହିବା ପାଇଁ କୁହାଯାଇଛି। ବର୍ଷା ସମୟରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ୮ଟି ଜିଲ୍ଲାରେ କୁଆପଥର ବୃଷ୍ଟି ନେଇ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।