ଔରଙ୍ଗଜେବ କବର ବିବାଦକୁ ନେଇ ନାଗପୁରରେ ହିଂସା

ମହାରାଷ୍ଟ୍ର ନାଗପୁରରେ ଔରଙ୍ଗଜେବ କବର ବିବାଦକୁ ନେଇ ହିଂସା ଦେଖାଯାଇଛି । ୨ ଗୋଷ୍ଠୀ ଭିଏଚପି ଓ ବଜରଙ୍ଗ ଦଳର ପ୍ରଦର୍ଶନ ପରେ ହିଂସା ବଢିବାରେ ଲାଗିଛି । କାର, ବାଇକ ଓ ଜେସିବି ଜାଳିଦେଇଛନ୍ତି ଉପଦ୍ରବକାରୀ । ପୁଲିସ ଉପରେ ମଧ୍ୟ ଢେଲାପଥର ମାଡ କରାଯାଇଛି । ଯେଉଁଥିରେ ୫୦ ଜଣ ଉପଦ୍ରବକାରୀଙ୍କୁ ଅଟକ ରଖିଛି ପୋଲିସ । ନାଗପୁର ହିଂସା ପରେ ୧୦ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି । ଘଟଣାରେ ୨୦ରୁ ୨୨ ଜଣ ପୋଲିସକର୍ମୀ ଆହତ ହୋଇଛନ୍ତି ।

ଡିସିପି ନାଗପୁର ଅର୍ଚ୍ଚିତ ଚଣ୍ଡକ କହିଛନ୍ତି, “କିଛି ଭୁଲ ବୁଝାମଣା ଯୋଗୁଁ ଏହି ଘଟଣା ଘଟିଛି । ପରିସ୍ଥିତି ଏବେ ନିୟନ୍ତ୍ରଣରେ ଅଛି । ଏଠାରେ ଆମ ଫୋର୍ସ ମଭଜୁତି ସହ ଅଛନ୍ତି । କେହିବି ବାହାରକୁ ନଆସିବା ପାଇଁ ଅନୁରୋଧ କରୁଛି । ଏହା ସହିତ, ଯେଉଁମାନେ ପଥର ଫିଙ୍ଗୁଛନ୍ତି ସେମାନେ ପଥର ଫିଙ୍ଗିବା ବନ୍ଦ କରିଦେବା ଦରକାର । ପଥର ଫିଙ୍ଗା ଚାଲିଥିଲା, ତେଣୁ ଆମେ ବଳ ପ୍ରୟୋଗ କଲୁ ଏବଂ ଲୁହ ବୁହା ଗ୍ୟାସ ମଧ୍ୟ ବ୍ୟବହାର କଲୁ ।