ମହାନଦୀ ଜଳବିବାଦ ମାମଲାର ଶୁଣାଣି କରିଛନ୍ତି ଟ୍ରିବ୍ୟୁନାଲ । ଭର୍ଚୁଆଲରେ ମାଧ୍ୟମରେ ଶୁଣାଣି କରାଯାଇଛି । ଟ୍ରିବ୍ୟୁନାଲ ଓଡ଼ିଶା ଏବଂ ଛତିଶଗଡ଼ ଦାଖଲ କରିଥିବା ସାକ୍ଷୀମାନଙ୍କ ସତ୍ୟପାଠକୁ ଲିପିବଦ୍ଧ କରିଛନ୍ତି। ପକ୍ଷମାନେ ରଖିଥିବା ତଥ୍ୟର ବିବରଣୀ ଲିଖିତ ରହିଛି । ଏହା ସହିିତ କେନ୍ଦ୍ରୀୟ ସଂସ୍ଥାକୁ ବାକି ଥିବା ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ। ତଥ୍ୟ ଦାଖଲ ହେବା ପରେ ୨୭ ଅଗଷ୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ।
ସୂଚନାଯୋଗ୍ୟ ମହାନଦୀ ବିବାଦର ଜଷ୍ଟିସ୍ ଏମଏମ୍ ଖାନୱାଲିକରଙ୍କ ଦ୍ୱାରା ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୧୮ ମାର୍ଚ୍ଚ ୧୨ରେ ଏହି ଟ୍ରିବ୍ୟୁନାଲ ଗଠିତ ହୋଇଥିଲା । ଛତିଶଗଡ଼ ମହାନଦୀର ଉପର ମୁଣ୍ଡରେ ଅନେକ ଛୋଟ ବନ୍ଧ ଓ ବ୍ୟାରେଜ ନିର୍ମାଣ କରିଥିବାରୁ ଓଡ଼ିଶାକୁ ଜଳପ୍ରବାହ ହ୍ରାସ ପାଇଛି । ଏହାକୁ ନେଇ ବିବାଦର ମାମଲା ଶୁଣାଣି ଚାଲିଛି