ପୂଜା ଭିଡ଼ ପାଇଁ ଟ୍ରାଫିକ୍ କଟକଣା
ଦୁଇ ବର୍ଷ ପରେ ରାଜଧାନୀରେ ହେବ କଟକଣାମୁକ୍ତ ଦୁର୍ଗାପୂଜା । ବେଶ୍ ଧୁମଧାମ୍ରେ ୧୭୮ଟି ମଣ୍ଡପରେ ପୂଜା ପାଇବେ ଜଗତଜନନୀ । ପୂର୍ବ ଅପେକ୍ଷା ଏଥର ଭକ୍ତଙ୍କ ଭିଡ଼ ବଢ଼ିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ଅକ୍ଟୋବର ୧ ତାରିଖ ଠାରୁ ୫ ଦିନ ପାଇଁ ଟ୍ରାଫିକ କଟକଣା ଲାଗୁକରିଛି ।
ସହରର ପ୍ରମୁଖ ରାସ୍ତାରେ ଭାରୀଯାନ ପ୍ରବେଶରେ ରୋକ ଲଗାଯାଇଛି । ୧୬ ନମ୍ବର ଜାତୀୟ ରାଜପଥର ସର୍ଭିସ ରୋଡ୍ରେ ମଧ୍ୟ ଭାରୀଯାନ ଗଡ଼ିବନି । ଏପରିକି କିଛି ପୂଜା ପେଣ୍ଡାଲ ନିକଟବର୍ତ୍ତୀ ରାସ୍ତା ଓ ପ୍ରବେଶସ୍ଥଳରେ ବାଇକ୍ ମଧ୍ୟ ପଶି ପାରିବନି । ଅପରାହ୍ଣ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।