ପୂଜା ପଣ୍ଡା ଓ ବଡୁ ନିଯୋଗ ଆଲୋଚନା ପରେ ବାହାରିଲା ସମାଧାନର ରାସ୍ତା। ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ଚାଲିଛି । ଭୋରରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ପୂଜା ପଣ୍ଡା ଓ ବଡୁ ନିଯୋଗର ବିବାଦ ଯୋଗୁ ୨ ଦିନ ଧରି ଅଖିଆ ଓ ଅପୂଜା ଥିଲେ ମହାପ୍ରଭୁ । ପଇତା ଲାଗି ନୀତିକୁ ନେଇ ବିବାଦ ଦେଖାଦେଇଥିଲା ।ପୂଜା ପଣ୍ଡା ତିନିଟି ପଇତା ଲାଗି କରିଥାନ୍ତି । କିନ୍ତୁ ବଡୁ ନିଯୋଗ ଏହାକୁ ବିରୋଧ କରିଥିଲେ । ପୂଜା ପଣ୍ଡା ଗୋଟିଏ ଏବଂ ବଡୁ ନିଯୋଗ ଦୁଇଟି ପଇତା ମହାପ୍ରଭୁଙ୍କୁ ଲାଗି କରିବେ ବୋଲି ଦାବି କରିଥିଲେ । ଏହାକୁ ନେଇ ୨୦୨୦ରୁ ବିବାଦ ଲାଗି ରହିଛି । ମଙ୍ଗଳବାର ମଧ୍ୟ ଏପରି ବିବାଦ ଉପୁଜିବାରୁ ସଂଧ୍ୟା ଧୂପରୁ ନୀତି ବନ୍ଦ ରହିଥିଲା । ଗତକାଲି ମଧ୍ୟ କୌଣସି ନୀତିକାନ୍ତି ହୋଇନଥିଲା ।ପବିତ୍ରାରୋପଣ ନୀତି ଅନୁଯାୟୀ ପ୍ରତିବର୍ଷ ଠାକୁରଙ୍କୁ ପୂଜାପଣ୍ଡା ନିଯୋଗ ପକ୍ଷରୁ ୩ପଟ ପଇତା ଲାଗି କରାଯାଏ । ପରେ ୨୪ପଟ ବଡ଼ୁ ନିଯୋଗ ପକ୍ଷରୁ ପଇତା ଲାଗି କରାଯାଏ । ହେଲେ ପବିତ୍ରାରୋପଣର ପଇତା ଶୁଦ୍ଧିକୁ ନେଇ ମଙ୍ଗଳବାର ରାତିରେ ହୋଇଥିଲା ସେବାୟତଙ୍କ ମଧ୍ୟରେ ବିବାଦ। ମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ବଡ଼ୁ ସେବାୟତମାନେ ପଇତା ଧୋଇବାକୁ ଗଲେ ନାହିଁ ।
Trending
- ରାଜ୍ୟ କ୍ୟାବିନେଟରେ ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର
- ସ୍କୁଲକୁ ବୋମା ଧମକ
- ବିଜେଡି ପକ୍ଷରୁ ଲୋକସେବା ଭବନ ଘେରାଉ ଉଦ୍ୟମ , ପୁଲିସ କର୍ମୀ ଧସ୍ତାଧସ୍ତି
- ବିଜେଡ଼ି ପକ୍ଷରୁ ବାଲେଶ୍ବର ବନ୍ଦ ଡ଼ାକରା ,ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବନ୍ଦ
- ଏହା ଆତ୍ମହତ୍ୟା ନୁହେଁ , ଏହା ବିଜେପିର ବ୍ୟବସ୍ଥା ଦ୍ଵାରା ସଂଗଠିତ ହୋଇଥିବା ହତ୍ୟା – ରାହୁଲ ଗାନ୍ଧୀ
- ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ଲକ୍ଷର ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ଆଜି ପୃଥୀବି ପୃଷ୍ଠକୁ ଫେରିବେ ଶୁଭାଂଶୁ ଶୁକ୍ଳା
- ପୈତୃକ ଗାଁ ପଳାସିଆରେ ପହଞ୍ଚିଲା ମୃତ ସୌମ୍ୟାଶ୍ରୀଙ୍କ ମରଶରୀର
- ବାଲେଶ୍ୱର ଏଫଏମ୍ କଲେଜ ନିଲମ୍ବିତ ପ୍ରିନ୍ସିପାଲ ଦିଲୀପ ଘୋଷ ଗିରଫ
- ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Prev Post
Next Post