ଆଜି ଜାତୀୟ ୭୬ତମ ଏନସିସି ଦିବସ
ଆଜି ଜାତୀୟ ୭୬ତମ ଏନସିସି ଦିବସ | ଜାତୀୟ ଏନସିସି ଦିବସ ସାରା ଭାରତରେ ପାଳିତ ହେଉଛି | ଓଡିଶା ଏନସିସି ନିର୍ଦଶାଳୟ ପକ୍ଷରୁ ଆଜି କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଏନସିସି ଦିବସ ବହୁ ଆଡମ୍ବରରେ ପାଳିତ ହେଉଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନସିସି କ୍ୟାଡେଟମାନଙ୍କ ଅଭିଭାଦନ ଗ୍ରହଣ କରିବା ସହ ଦେଶ ସେବା କରିବାକୁ ଆହ୍ବାନ ଦେଇଛନ୍ତି । ଏନସିସି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନସିସି କ୍ୟାଡେଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ସାରା ଦେଶର ପୂର୍ବତନ ଏନସିସି ଛାତ୍ରଛାତ୍ରୀଙ୍କୁ ଏନସିସି ଆଲୁମନାଇ ସଙ୍ଘକୁ ସମର୍ଥନ ଦେବା ସହ ସଙ୍ଘର କାର୍ଯ୍ୟକ୍ରମରେ ଭାଗ ନେଇ ସଙ୍ଘକୁ ସମୃଦ୍ଧ କରିବାକୁ ଅନୁରୋଧ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧୬ତମ ମନ କୀ ବାତ୍ କାର୍ଯ୍ୟକ୍ରମ ଅବସରରେ ଦେଶବାସୀଙ୍କୁ ନିଜ ମନର କଥା କହିଛନ୍ତି। ଏନସିସି ଦିବସରେ କଲେଜ ସମୟର ଅନୁଭୂତି ମନେ ପକାଇଛନ୍ତି। ଏବଂ କହିଛନ୍ତି ଏନସିସି ଯୁବବର୍ଗଙ୍କ ଭିତରେ ଅନୁଶାସନ , ନେତୃତ୍ଵ ଓ ସେବା ଭାବନା ଆଣିଥାଏ। ଦେଶରେ ୫ ହଜାର ନୂଆ ସ୍କୁଲ ଓ କଲେଜରେ ଏନସିସି ଯୋଡି ହୋଇଛି। ଏନସିସିରେ ପୂର୍ବ ଅପେକ୍ଷା ୪୦ ପ୍ରତିଶତ ବାଳିକାଙ୍କ ସଂଖ୍ୟା ବଢିଛି। ଅନ୍ୟପଟେ ଆଜି ଡିଜିଟାଲ ଆରେଷ୍ଟକୁ ନେଇ ମଧ୍ୟ ପୁଣି ଦେଶବାସୀଙ୍କୁ ସଚେତନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏକ ପେଡ୍ ମା କେ ନାମ୍ ଅଭିଯାନ ତୀବ୍ର ହୋଇଛି। ବୃକ୍ଷ ରୋପଣ ଅଭିଯାନ ଦେଶ ବିଦେଶକୁ ବ୍ୟାପିଛି। ସରକାରୀ କାର୍ଯ୍ୟାଳୟରେ ଏବେ ସ୍ଵଚ୍ଛତା ବଢିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।
‘ଏକତା ଓ ଅନୁଶାସନ’ ଆଦର୍ଶ ଦ୍ୱାରା ପ୍ରେରିତ ଏନସିସି ଭାରତୀୟ ଯୁବ ପୀଢିଙ୍କୁ ସେମାନଙ୍କ ପ୍ରକୃତ ଦକ୍ଷତାକୁ ବୁଝାଇବା ତଥା ଦେଶ ନିର୍ମାଣରେ ଯୋଗଦାନ କରିବାକୁ ସୁଯୋଗ ପ୍ରଦାନ କରିଥାଏ । କିଛି ଦିନ ପୂର୍ବେ ଝାନସି ଠାରେ ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ ଅବସରରେ ଏନସିସି ଆଲୁମନାଇ ସଙ୍ଘର ପ୍ରଥମ ସଦସ୍ୟ ଭାବେ ପଞ୍ଜିକୃତ ହେବାର ଗୌରବ ମିଳିଥିଲା । ଏନସିସି ସହ ଜଡିତ ସମସ୍ତଙ୍କୁ ଏକାଠି କରିବାକୁ ଆଲୁମନାଇ ସଙ୍ଘ ଗଠନ ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ ।