ମହିଳାଙ୍କୁ ମିଳିଲା ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟରେ 18 ଲକ୍ଷ 1 ହାଜର 193 ଜଣ ମହିଳାଙ୍କ ପାଖକୁ ଗଲା ଟଙ୍କା । ମହିଳାଙ୍କୁ 9 ଶହ କୋଟି 59 ଲକ୍ଷ 65 ହାଜର ଟଙ୍କା ବାଣ୍ଟିଲେ ରାଜ୍ୟ ସରକାର । ରିମୋଟ ଚିପି ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହିଳାଙ୍କ ଆକାଉଣ୍ଟକୁ ଆସିଲା ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ।