ରାଜ୍ୟ ସରକାର ୩ ଜଣ ଆଇପିଏସ ଅଫିସରଙ୍କୁ ପଦୋନ୍ନତି କରିଛନ୍ତି
ରାଜ୍ୟ ସରକାର ୩ ଜଣ ଆଇପିଏସ ଅଫିସରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି କରିଛନ୍ତି । ସେମାନେ ହେଲେ ୧୯୯୩ ବ୍ୟାଚ୍ ର ଆଇପିଏସ ବିନୟତୋଷ ମିଶ୍ର , ରାଓସାହେବ ପଞ୍ଜାବ୍ରୋ କୋଚେ ଏବଂ ଶୁଶାନ୍ତ କୁମାର ନାଥ ।୧୯୯୩ ବ୍ୟାଚର ଆଇପିଏସ ବିନୟତୋଷ ମିଶ୍ର ଓ ଆର ପି କୋଚେଙ୍କୁ ଡ଼ିଜି ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ସେହିଭଳି ଓଡିଶା କ୍ୟାଡ଼ରର ସେହି ସମାନ ବ୍ୟାଚର ଆଇପିଏସ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୁଶାନ୍ତ କୁମାର ନାଥଙ୍କୁ ମଧ୍ୟ ଡ଼ିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ।