ଜାନୁୟାରୀ ୧୭ରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି
ଆସନ୍ତା ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ସୂଚନା ଦେଇଛନ୍ତି। ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି ଆରମ୍ଭ ହେବ। ଏଥିପାଇଁ ଦ୍ବାର ଫିଟା ନୀତି ରାତି ୨ଟାରୁ ଆରମ୍ଭ ହେବ ବୋଲି କୁହାଯାଇଛି।
ତେବେ ଶନିବାର, ରବିବାର ଓ ବିଶେଷ ଦିନ ମାନଙ୍କରେ ମରାମତି ନ କରିବାକୁ କୁହାଯାଇଛି। ମରାମତି ଦିନ ମାନଙ୍କରେ ବାହାର କାଠ ନିକଟରୁ ଦର୍ଶନ କରିପାରିବେ ଭକ୍ତ। ମରାମତି କାର୍ଯ୍ୟ ସମୟରେ ରାତି ୧୧ଟା ୩୦ ସୁଦ୍ଧା ପହୁଡ଼ କରାଯାଇ ରାତି ୨ଟାରେ ଦ୍ବାରଫିଟା ନୀତି ହେବ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ମରାମତି କାମ ୩ ମାସ ମଧ୍ୟରେ ସାରିବାକୁ କହିଛି ଏଏସ୍ଆଇ। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ମାର୍ଗ ଦର୍ଶିକା ଅନୁସାରେ ମରାମତି କାମ କରାଯିବ।