ଓଡିଆରେ ଇଞ୍ଜିିନିୟରିଂ ପାଠ୍ୟପୁସ୍ତକର ପ୍ରଥମ ସଂସ୍କରଣକୁ ଉନ୍ମୋଚନ କଲେ ରାଷ୍ଟ୍ରପତି
ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ । ଏବେ ନିଜ ମାତୃଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ିବେ ଓଡ଼ିଆ ଛାତ୍ରଛାତ୍ରୀ । ଓଡିଆ ପିଲାଙ୍କ ପାଇଁ ଇଞ୍ଜିନିୟରିଂ ପାଠପଢ଼ାକୁ ଆହୁରି ସହଜ କରିବାକୁ, ଏଆଇସିଟିଇ ପକ୍ଷରୁ ପ୍ରସ୍ତୁତ ୨୦ଟି ପାଠ୍ୟପୁସ୍ତକକୁ ଉନ୍ମୋଚିତ କରିଛନ୍ତି ରାଷ୍ଟ୍ରପତି । ତେବେ ଓଡିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ପ୍ରଦାନ କରିବା ପାଇଁ ଗତବର୍ଷ ଏଆଇସିଟିଇ ଏବଂ ଓଡିଆ ଅଧ୍ୟୟନ ଓ ଗବେଷଣା କେନ୍ଦ୍ର ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।ମହାମହିମ ଦ୍ରୌପଦୀ ମୁର୍ମୁ ଯେତେବେଳେ, ଇଞ୍ଜିନିୟରିଂ ପାଠ୍ୟପୁସ୍ତକର, ଓଡିଆ ସଂସ୍କରଣର ଉନ୍ମୋଚନ କରୁଥିଲେ, ସେତେବେଳେ ଓଡିଶା ଇଞ୍ଜିନିୟରିଂ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେଉଥିଲା ଆଉ ଏକ ନୂତନ ଅଧ୍ୟାୟ । ଓଡିଆ ପିଲାଙ୍କ ପାଇଁ ଇଞ୍ଜିନିୟରିଂ ପାଠପଢ଼ାକୁ ଆହୁରି ସହଜ କରିବାକୁ, ଏଆଇସିଟିଇ ପକ୍ଷରୁ ପ୍ରସ୍ତୁତ ୨୦ଟି ପାଠ୍ୟପୁସ୍ତକକୁ ଉନ୍ମୋଚିତ କରିଛନ୍ତି ରାଷ୍ଟ୍ରପତି । ଯେଉଁଥିରେ ରହିଛି ୯ଟି ବି-ଟେକ୍ ଓ ୧୧ଟି ଡିପ୍ଲୋମା ପାଠ୍ୟକ୍ରମ ପୁସ୍ତକ । ଇଞ୍ଜିନିୟରିଂ ବହିର ଓଡିଆ ପାଠ୍ୟପୁସ୍ତକର ଉନ୍ମୋଚନ କରି ରାଷ୍ଟ୍ରପତି କହିଛନ୍ତି, ଏହିଭଳି ପୁସ୍ତକର ଓଡ଼ିଆ ସଂସ୍କରଣ ହେବା ନିହାତି ଖୁସି ଖବର । ଶିକ୍ଷାରେ ଭାଷା ଯେଭଳି ପ୍ରତିବନ୍ଧକ ନହେଉ । ତା ଉପରେ ଗୁରୁତ୍ୱ ଦେବା ନିହାତି ଦରକାର । ଭାଷା ଓ ସଂସ୍କୃତି ଅଙ୍ଗାଙ୍ଗୀ ଜଡିତ । ମାତୃଭାଷାରେ ଶିକ୍ଷା ଦେବାକୁ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି । ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇବ ।