ରାଜ୍ୟରେ ବଢ଼ି ବଢ଼ି ଚାଲିଛି ମୁଣ୍ଡପିଛା ଋଣର ପରିମାଣ

ନୂଆଦିଲ୍ଲୀ: ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଓଡିଶାରେ ମୁଣ୍ଡପିଛା ଋଣର ପରିମାଣ ୩୪ ହଜାର ୨୫୯ଟଙ୍କା ରହିଛି । କେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳ କେତେ ରୁଣ କରିଛନ୍ତି, କେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳରେ ମୁଣ୍ଡ ପିଛା କେତେ ରୁଣ ରହିଛି, ସେନେଇ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ମିଳିଛି । ରାଜ୍ୟରେ ବଢ଼ୁଛି ମୁଣ୍ଡପିଛା ରୁଣର ପରିମାଣ । ରାଜ୍ୟ ସଭାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଓଡିଶାରେ ମୁଣ୍ଡପିଛା ରୁଣର ପରିମାଣ ୩୪ ହଜାର ୨୫୯ଟଙ୍କା ରହିଛି ।