ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ରେ
ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ରେ ହେବ । ଗତ ମାସରେ ହୋଇଥିବା କ୍ଷେତ୍ରୀୟ ପରିଦର୍ଶନର ରିପୋର୍ଟକୁ ଶୁଣାଣିରେ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ଟ୍ରିବ୍ୟୁନାଲ । ଅଗଷ୍ଟ ୨୦୨୫ରୁ ଏବେ ପର୍ଯ୍ୟନ୍ତ ଟେକ୍ନିକାଲ ଟିମ୍ର ୧୩ ଥର ବୈଠକ ହୋଇ ସାରିଛି । ମହାନଦୀରେ ଏବେ ଯାଏ କେତେ ଜଳ ପ୍ରବାହିତ ହୋଇଛି ତାର ହାରାହାରି ବାହାର କରାଯାଇଛି । ଡେଲ୍ଟା ଏବଂ ଅନ୍ୟ ଅଞ୍ଚଳରେ ସମ୍ପୂର୍ଣ୍ଣ ଜଳ ରାଶିକୁ ହିସାବ କରିଛନ୍ତି ଦୁଇ ରାଜ୍ୟର ଟେକ୍ନିକାଲ ଟିମ୍ । ଏହି ଡାଟାକୁ ଏହି ଟ୍ରିବ୍ୟୁନାଲରେ ପ୍ରସ୍ତୁତ କରାଯାଇଛି ।ମହାନଦୀକୁ ନେଇ ହୋଇଥିବା ସମାଧାନର ଅନେକ ସମସ୍ୟାର ସମାଧାନ ନେଇ ଦୁଇ ରାଜ୍ୟ ଭିତରେ ସହମତି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସଚିବ ସ୍ତରୀୟ ବୈଠକ ଆପୋଷ ବୁଝାମଣା ନେଇ ଆଲୋଚନା ସଫଳତାର ସହ ଆଗକୁ ବଢ଼ିଛି ବୋଲି ଏଜି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ମହାନଦୀ ମାମଲାର ଆପୋଷ ସମାଧାନ ପାଇଁ ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଦୁଇ ରାଜ୍ୟ ସହ ଆଲୋଚନା କରି ସମାଧାନ କରିବାକୁ ଜୋର୍ ଦେଇଛନ୍ତି । ଇବ୍ ଏବଂ ତେଲ ନଦୀରେ ପ୍ରକଳ୍ପ କରିବା ପାଇଁ ପ୍ରସ୍ତାବଟି ସିଡବ୍ଲୁସିରେ ବିଚାରାଧିନ ରହିଛି ତାକୁ କିପରି ସମାଧାନ କରାଯିବ ସେ ନେଇ ସିଡବ୍ଲୁସିକୁ ନିର୍ଦ୍ଦେଶ ଦେବାକୁ ଏଜି ଜୋର୍ ଦେଇଥିଲେ ।ଏଜିଙ୍କ କହିବା ଅନୁଯାୟୀ ଓଡ଼ିଶା ସ୍ୱାର୍ଥକୁ ଅଗ୍ରାଧିକାର ମହାନଦୀର ଜଳକୁ ଓଡ଼ିଶା ପାଇଁ କିପରି ସୁବିନିଯୋଗ କରାଯିବ ତା ଉପରେ ଗୁରୁତ୍ୱ ଦିଆଯାଉଛି । ଏପ୍ରିଲ ୨୦ରେ ପରବର୍ତ୍ତୀ ଶୁଣାଣି ହେବ ।