ଡିସେମ୍ବର ଶେଷ ସୁଦ୍ଧା ବସୁନ୍ଧରା ଯୋଜନାରେ ଜମି ପ୍ରଦାନ କରାଯିବ : ସୁରେଶ ପୂଜାରୀ

ରାଜସ୍ବ ଆଇନକୁ ସହଜ, ସରଳ ଓ ଲୋକାଭିମୁଖୀ କରାଯିବ। ଏହାଦ୍ୱାରା ଲୋକମାନଙ୍କ ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ହୋଇପାରିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନ୍ତର୍ଭୁକ୍ତ ହୋଇଥିବା ଘରଡିହ ଶୂନ୍ୟ ବ୍ୟକ୍ତିଙ୍କୁ ଘରଡିହ ଯୋଗାଇଦେବା, ଭୂମିହୀନ ଲୋକମାନଙ୍କୁ ଚିହ୍ନଟ ଓ ସେମାନଙ୍କର ଅବସ୍ଥା ସର୍ବେକ୍ଷଣ କରାଯିବ। ଯଥାଶୀଘ୍ର ସେମାନଙ୍କୁ ବସୁନ୍ଧରା ଯୋଜନାରେ ଜମି ପ୍ରଦାନ କରାଯିବ, ସମସ୍ତ ବିଦ୍ୟାଳୟକୁ ଜମିପଟ୍ଟା ଯୋଗାଇଦେବା କାର୍ଯ୍ୟକୁ ତ୍ୱରାନ୍ବିତ ସହ ନୂତନ ରାଜସ୍ବ ଗ୍ରାମ ଘୋଷଣା ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।