ଖୋର୍ଦ୍ଧା ନାଚୁଣୀରେ ସୁଟକେଶରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା

ସୁଟକେସରୁ ମୃତ ଦେହ ମିଳିବା ଘଟଣାର ସାମନାକୁ ଆସିଲା ସାଂଘାତିକ ଦିଗ । ସ୍ତ୍ରୀ ସମେତ ୩ଜଣ ହତ୍ୟା କରିଥିବା ସୂଚନା । ସ୍ତ୍ରୀ, ଶଳା ଏବଂ ଜଣେ ସହଯୋଗୀଙ୍କୁ ଅଟକ ରଖିଲା ନାଚୁଣୀ ପୋଲିସ । ପ୍ରେସମିଟରେ ପର୍ଦ୍ଦାଫାଶ କରିବ ପୋଲିସ । ଗତକାଲି ନାଚୁଣୀ ନିକଟ ହରିପୁର ଜଙ୍ଗଲରୁ ସୁଟକେସରେ ମିଳିଥିଲା ମୃତଦେହ ।ମୃତକ ଜଣଙ୍କ ନୟାଗଡ ରଣପୁର ଥାନା ଅନ୍ତର୍ଗତ ବଳଭଦ୍ରପୁର ସ୍ଥିତ ଲଖାପଡାର ମନୋରଞ୍ଜନ ମହାପାତ୍ର । ସେ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟରେ ଜଡିତ ଥିଲେ । ନିଜେ ଏକ ୟୁଟ୍ୟୁବ ସାଇଟ୍ ଖୋଲି ବିଭିନ୍ନ ପ୍ରକାର ଖବର ଅପଲୋଡ କରୁଥିଲେ । ଏଥିସହ ଇଟା ତିଆରି ମେସିନ ମରାମତି କରନ୍ତି । ଗତକାଲି ମଧ୍ୟାହ୍ନ ସମୟରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ନିକଟସ୍ଥ ହରିପୁର ଜଙ୍ଗଲରୁ ଏହି ମୃତଦେହ ଉଦ୍ଧାର କରାଯାଇଛି ।