କେବେ ମିଳିବ ତୃତୀୟ ପର୍ଯ୍ୟାୟର ସୁଭଦ୍ରା ପ୍ରଥମ କିସ୍ତି ଟଙ୍କା ?
‘ସୁଭଦ୍ରା’ ଯୋଜନା ନେଇ ପୁଣି ଏକ ଅପଡେଟ ଖବର ଆସିଛି । ଯେଉଁମାନେ ଏହି ଯୋଜନାର ଲାଭ ପାଇନାହାଁନ୍ତି । ସେମାନେ ଖୁବ ଶୀଘ୍ର ପାଇବେ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଟଙ୍କା ଦିଆଯିବ। ଏନେଇ ତାରିଖ ଘୋଷଣା କରାଯିବ।
ଏଯାଏ ୧ କୋଟି ୬୦ ହଜାର ମହିଳା ଆବେଦନ କରିସାରିଲେଣି। ଶେଷ ହିତାଧିକାରୀ ‘ସୁଭଦ୍ରା ‘ଟଙ୍କା ପାଇବା ଯାଏ ଏହି ପ୍ରକ୍ରିୟା ଜାରି ରହିବା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ବି ଯାଞ୍ଚ ପ୍ରକ୍ରିୟା ଚାଲିଛି। ଏଯାଏ ପ୍ରାୟ ୬୦ ଲକ୍ଷ ମହିଳା ‘ସୁଭଦ୍ରା’ ଟଙ୍କା ପାଇସାରିଲେଣି। ସରକାରଙ୍କ ପାଖରେ ବଜେଟ୍ ଅଛି। ଟଙ୍କା ପାଇବାରେ କିଛି ଅସୁବିଧା ନାହିଁ। ଆବେଦନରେ କିଛି ତ୍ରୁଟି ଥିଲେ ହିତାଧିକାରୀଙ୍କ ପାଖକୁ ଫୋନ୍ ଯିବ। ଯୋଗ୍ୟ ହିତାଧିକାରୀ ଥିବେ କିନ୍ତୁ ଟଙ୍କା ପାଇନଥିବେ ତାଙ୍କୁ କଲ୍ କରାଯାଉଛି। ବ୍ଲକସ୍ତରରେ ଯାଞ୍ଚ ହେଉଛି, ଅଙ୍ଗନବାଡ଼ି କର୍ମୀ ଘରକୁ ଘର ଯାଇ ବ୍ୟବସ୍ଥା କରୁଛନ୍ତି।