ମାଲକାନଗିରିରେ ମୃଦୁ ଭୂମିକମ୍ପ ଅନୁଭୂତ
ମାଲକାନଗିରିରେ ମୃଦୁ ଭୂମିକମ୍ପ ଅନୁଭୂତ । କୋରାପୁଟ ଦାମନଯୋଡିରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ୭ଟା ୨୮ରେ ଭୂମିକମ୍ପ ଅନୁଭୂତ ହୋଇଛି । କେବଳ କୋରାପୁଟ ନୁହେଁ, ଛତିଶଗଡ ସୁକୁମା ଓ ବିଜାପୁରରେ ବି ଭୂମିକମ୍ପ ଅନୁଭୂତ ହୋଇଛି । ତେବେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ନାହିଁ । ଭୂକମ୍ପର କେନ୍ଦ୍ରସ୍ଥଳ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ଥିବା ବେଳେ, ମୁଲୁଗୁରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରହିଥିବା ଜଣାପଡିଛି । ଭୂମୀକମ୍ପର ପ୍ରଭାବ ମାଲକାନଗିରି ଓ କୋରାପୁ ଜିଲ୍ଲାରେ ଅନୁଭୂତ ହୋଇଥିବା ବେଳେ ଏହାକୁ ନେଇ ଲୋକେ କିଛି ସମୟ ପାଇଁ ଭୟଭିତ ହୋଇଥିଲେ ।