ଓଡିଶାର ପର୍ଯ୍ୟଟନର ବିକାଶ ପାଇଁ ୧୦,୦୦୦ କୋଟି ଟଙ୍କା ଦାବି କଲେ ମୁଖ୍ୟମନ୍ତ୍ରୀ

ସ୍ବତନ୍ତ୍ର ସହାୟତା ଯୋଜନା 2025- 26 ଅଧୀନରେ ଓଡିଶା କୁ ଅଧିକ ଆବଣ୍ଟନ ମିଳୁ ବୋଲି କେନ୍ଦ୍ର ଆଗରେ ଦାବୀ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ |କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନର ଜୈସଲମେର ଠାରେ ବସିଥିଲା ପ୍ରାକ-ବଜେଟ୍ ପରାମର୍ଶ ବୈଠକ |ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ଓଡିଶାରେ ପର୍ଯ୍ୟଟନର ବିକାଶ ପାଇଁ ୧୦,୦୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍ ଦାବି କରିଛନ୍ତି | ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ହିତ କରିବା ପାଇଁ ଗୋପାଳପୁର ଏବଂ ଝାରସୁଗୁଡାରେ ନୂତନ ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍ ପାଇଁ ପ୍ରସ୍ତାବ ଦେବା ସହ ରାଜ୍ୟ ରେ ସହରୀକରଣ ପାଇଁ କେନ୍ଦ୍ର ସରକାର ଅଧିକ ସହାୟତା ଦେବାକୁ ଦାବୀ କରିଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ଏତିକି ନୁହେଁ ରାଜ୍ୟ ର ପାନୀୟ ଜଳ ସଙ୍କଟ ର ତ୍ବରିତ ସମାଧାନ ଦିଗରେ ଫୋକସ କରିଛନ୍ତି ମୁଖ୍ୟମନ୍ତ୍ରୀ | ଗ୍ରୀଷ୍ମ ପୂର୍ବରୁ ଲକ୍ଷ୍ୟ ଧାର୍ଯ୍ୟ ପ୍ରକଳ୍ପ ସମାପ୍ତ କରିବା ଏବଂ ସମସ୍ତ ପ୍ରକଳ୍ପର ଅଗ୍ରଗତିକୁ ତ୍ବରାନନ୍ବିତ କରିବା ପାଇଁ ଜଳ ଜୀବନ ମିଶନ ଅଧୀନରେ ପର୍ଯ୍ୟାପ୍ତ ବଜେଟ୍ ବ୍ୟବସ୍ଥା ପାଇଁ କେନ୍ଦ୍ର ଆଗରେ ଦାବୀ ରଖିଛନ୍ତି |