ରାଜ୍ୟପାଳଙ୍କୁ ଭେଟିଲେ ଏନସିସି କ୍ୟାଡେଟଙ୍କ ସହ କର୍ଣ୍ଣେଲ ସାଗର ମହାନ୍ତି
ଭୁବନେଶ୍ବର: ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଛନ୍ତି ଟିମ୍ ଓଡିଶା RDC-24 NCC କ୍ୟାଡେଟ୍ସଙ୍କ ସହ କର୍ଣ୍ଣେଲ ସାଗର ମହାନ୍ତି| ଏକ ପ୍ରେରଣାଦାୟକ “ଏଟି-ହୋମ୍” ଇଭେଣ୍ଟ ପାଇଁ ରାଜ ଭବନରେ ଶ୍ରୀ ମହାନ୍ତି ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିଛନ୍ତି । ସେବା ଏବଂ ଉତ୍କର୍ଷତା ପାଇଁ ଏନସିସି କ୍ୟାଡେଟ୍ମାନଙ୍କର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ । ଏନସିସି କ୍ୟାଡେଟମାନଙ୍କ ସହ ମଧ୍ୟ ଖୁସି ମୂହୁର୍ତ୍ତ ସେୟାର କରିଥିଲେ ରାଜ୍ୟପାଳ ।