୨୦୨୪-୨୫ ଆର୍ଥିକବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀମ ବଜେଟ ଉପସ୍ଥାପନ କରିଥିବା ବେଳେ ଜୁଲାଇ ମାସରେ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ ହେବ । ବଜେଟରେ ସରକାରଙ୍କ ଆୟ କିପରି ହେବ ଏବଂ ଏହା କେଉଁଠି ଖର୍ଚ୍ଚ ହେବ, ତାହା ଉପରେ ସରକାର ଟିପ୍ପଣୀ ଦେଇଥାନ୍ତି । ସରକାର କହିଛନ୍ତି ଯେ, ୨୦୨୪-୨୫ରେ ସରକାର ମୋଟ ୪୭.୬୫ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିବେ ବୋଲି ଅନୁମାନ କରାଯାଉଛି ।ତେବେ ଏହି ଟଙ୍କା ମଧ୍ୟରେ ୩୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟ କେବଳ ଟାକ୍ସ ଏବଂ ଅନ୍ୟ କ୍ଷେତ୍ରରୁ ହୋଇପାରିବ । କିନ୍ତୁ ବାକି ସମସ୍ତ ଖର୍ଚ୍ଚ ପୂରଣ କରିବା ପାଇଁ ଋଣ କରିବେ ସରକାର । ସରକାରଙ୍କ ଆମଦାନୀ ଟାକ୍ସ ଏବଂ ଡ୍ୟୁଟିରୁ ହୋଇଥାଏ । କିନ୍ତୁ ଏହାର ଖର୍ଚ୍ଚ ବିଭିନ୍ନ ସରକାରୀ ଯୋଜନା, ରାଜ୍ୟକୁ ଦେବା, ପେନସନ, ସବସିଡି ଏବଂ ଡିଫେନ୍ସ ଉପରେ ହୋଇଥାଏ । ଯଦି ସରକାର ୧ ଟଙ୍କା ରୋଜଗାର କରନ୍ତି, ତେବେ ଏହାର ୨୮ ପଇସା ଋଣ ହେବ, ୧୯ ପଇସା ଇନକମ ଟାକ୍ସ ଏବଂ ୧୮ ପଇସା ଜିଏସଟିରୁ ମିଳିଥାଏ । ୧୭ ପଇସା କର୍ପୋରେସନରୁ ଆସୁଥିବା ବେଳେ ୫ ପଇସା ଏକ୍ସାଇଜ ଡ୍ୟୁଟି ଏବଂ ୪ ପଇସା କଷ୍ଟମରୁ ମିଳିପାରିବ । ତେବେ ବାକି ଟଙ୍କା ନନ୍-ଡେଟ୍ କ୍ୟାପିଟାଲ ଏବଂ ନନ୍-ଟାକ୍ସ ରିସିପ୍ଟରୁ ପାଇପାରିବେ ସରକାର ।ରୋଜଗାରର ୨୦ ପଇସା ସରକାର ଋଣ ସୁଧ ସୁଝିବାରେ ଖର୍ଚ୍ଚ କରିବେ ସରକାର । ୨୦ ପଇସା ରାଜ୍ୟ ଗୁଡ଼ିକୁ ପ୍ରଦାନ କରାଯିବ, ୧୬ ପଇସା କେନ୍ଦ୍ରର ଯୋଜନା ଏବଂ ୮ ପଇସା କେନ୍ଦ୍ର ପାୟୋଜିତ ଯୋଜନା ଉପରେ ଖର୍ଚ୍ଚ ହେବ । ଏହାବ୍ୟତୀତ ଆୟୋଗ ଏବଂ ଡିଫେନ୍ସ ଉଭୟ କ୍ଷେତ୍ର ପାଇଁ ସରକାର ନିଜ ଆୟର ୮ ପଇସା ଲେଖାଏଁ ଖର୍ଚ୍ଚ କରିବେ । ୬ ପଇସା ସବସିଡି ଏବଂ ୪ ପଇସା ପେନସନ ଉପରେ ଖର୍ଚ୍ଚ କରାଯିବ । ତେବେ ବର୍ତ୍ତମାନ ମୋଦୀ ସରକାର ମଧ୍ୟ ଏହି ଅନୁସାରେ ଆୟ ଏବଂ ଖର୍ଚ୍ଚ କରିବେ ।
Trending
- ଦୁବାଇ ଗସ୍ତରୁ ଓଡ଼ିଶାକୁ ଆସିଛି ବଡ଼ ନିବେଶର ପ୍ରତିଶ୍ରୁତି : ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ
- ନୂଆଁଖାଇ: ମାଁ ସମଲେଶ୍ୱରୀଙ୍କ ଠାରେ ସିନ୍ଦୁର ଲାଗି ନୀତି
- ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ: କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳରେ ସୀମିତ ନାହିଁ,ସ୍ଥିରତା ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବ୍ରିକ୍ସ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
- ଏହି କାରଣରୁ ବ୍ରିକସ୍ସ ମ୍ମିଳନୀ ମଝିରୁ ନିଜ ଦେଶକୁ ଫେରିଗଲେ ଅବୁଧାବୀ କ୍ରାଉନ ପ୍ରିନ୍ସ
- ୧୮ତମ BRICS ଶିଖର ସମ୍ମିଳନୀ ୨୦୨୬: ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫଟୋ ଉଠାଇବାକୁ ବିଦେଶୀ ମହିଳା ପ୍ରତିନିଧିମାନଙ୍କ ମଧ୍ୟରେ ବେଶ ଉତ୍ସାହ
- ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ଆଭିମୁଖ୍ୟକୁ ବଡ଼ ସମର୍ଥନ
- ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟି ଟଙ୍କାର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା
- ବନତାରାରୁ ନନ୍ଦନକାନନକୁ ଆସିଲେ ୪୦ରୁ ଅଧିକ ଜୀବଜନ୍ତୁ,ପର୍ଯ୍ୟଟକଙ୍କ ପାଇଁ ଏହା ହେବ ଏକ ନୂଆ ଅନୁଭୂତି