ଟାଙ୍ଗୀ ବ୍ଲକ କଂଗ୍ରେସ ର ମହମବତୀ ଶୋଭାଯାତ୍ରା
ଜାମୁକାଶ୍ମୀର ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣ ରେ ପ୍ରାଣହାନି ଘଟିଥିବା ଭାରତୀୟ ପର୍ଯ୍ୟଟକ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କଂଗ୍ରେସ ର ଏକ ମହମବତୀ ଶୋଭାଯାତ୍ରା ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସମାଜସେବୀ ଡଃ ସଂଜୟ ପଟନାୟକ ଙ୍କ ନେତୃତ୍ବରେ ଟାଙ୍ଗୀ କଂଗ୍ରେସ କାର୍ଯ୍ୟାଳୟ ପରିସରରୁ ଏକ ମହମବତୀ ଶୋଭାଯାତ୍ରା ଶୁଭାରମ୍ଭ କରାଯାଇ ଟାଙ୍ଗୀ ସହର ପରିକ୍ରମା କରିବା ସହିତ ପାକିସ୍ଥାନ ମୂର୍ଦାବାଦ,ପାକିସ୍ଥାନି ମୂର୍ଦାବାଦ,ଭାରତରୁ ସନ୍ତ୍ରାସବାଦ ଲୋପ କର,ଭାରତୀୟ ଏକତା ଜିନ୍ଦାବାଦ,ଦିନେଶ ଅଗ୍ରଓ୍ବାଲା,ପ୍ରଶାନ୍ତ ଶତପଥି ଅମର ରହେ ନାରାବାଜି ରେ ଶତାଧିକ ମହିଳା ଓ ପୁରୁଷ କଂଗ୍ରେସ କର୍ମୀ ନେତୃମଣ୍ଡଳି ଏଥିରେ ସାମିଲ ଥିଲେ। ଏହି ଶୋଭାଯାତ୍ରା ରେ ରାଜ୍ୟ କଂଗ୍ରେସ ମୂଖପାତ୍ର ଅମିତ ମହାନ୍ତି,ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପସଭାପତି ବିଶ୍ବଭୁଷଣ ଛୋଟରାୟ,ଟାଙ୍ଗୀ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ କୁମାର ରାଉତ,ବିଁଶ୍ବଜିତ ରାଉତରାୟ,ଶେଖ ସାଜିଦ,ବାସୁଦେବ ବିଶ୍ବାଳ,ନିଳକଣ୍ଠ ସିଂହ,ସନାତନ ବେହେରା ଙ୍କ ସମେତ ବହୁ କଂଗ୍ରେସ ନେତୃମଣ୍ଡଳି ଏହି କାର୍ଯ୍ୟକ୍ରମ ରେ ସାମିଲ ଥିଲେ।