ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ପୁରୁଷ ବନ୍ଧୁଙ୍କୁ ଜେରା

ସଫ୍ଟୱେର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କୁ ମୃତ୍ୟୁ ପୂର୍ବରୁ ୧୫ କଲ୍ କରିଥିଲେ। କିନ୍ତୁ ତାଙ୍କ ଫୋଲ ଉଠାଇନଥିଲେ ତାଙ୍କ ପୁରୁଷ ବନ୍ଧୁ । ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ଶ୍ୱେତା ସୌମ୍ୟଜିତ୍‌ଙ୍କୁ ୧୫ ଥର କଲ୍‌ କରିଥିଲେ। ଶ୍ୱେତା ରାତି ୧ଟା ୩୦ରେ ଶେଷ କଲ୍‌ ସୌମ୍ୟଙ୍କୁ କରିଥିଲେ। କିନ୍ତୁ ପୂର୍ବ ଝଗଡ଼ା କାରଣରୁ ସୌମ୍ୟଜିତ୍‌ କଲ୍‌ ଉଠାଇନଥିଲେ। ଏହା ପରେ ଶ୍ୱେତା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସୌମ୍ୟଜିତଙ୍କୁ ଚନ୍ଦ୍ରଶେଖରପୁର ଥାନାରେ ଜେରା କରାଯାଇଛି । ଶ୍ୱେତାଙ୍କ ବାବଦରେ ତଦନ୍ତକାରୀ ଅଧିକାରୀ ପ୍ରଶ୍ନ ପଚାରିଛନ୍ତି । ତେବେ ଥାନାରେ ଅଟକ ରଖି ପଚରାଉଚରା ପରେ ଛାଡି ଦିଆଯାଇଛି । ଆବଶ୍ୟସ୍ଥଳେ ପୁଣି ଥରେ ସୌମ୍ୟଙ୍କୁ ପୋଲିସ ଡାକି ପଚରାଉଚରା କରିପାରେ ।