ହିଟୱେଭ୍ ସଚେତନତା ଭ୍ୟାନ୍ ଅଭିଯାନ’କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଭୁବନେଶ୍ୱରର ଗୀତଗୋବିନ୍ଦ ଭବନଠାରେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା କରିବା ପାଇଁ ଏକ ରାଜ୍ୟବ୍ୟାପୀ ‘ହିଟୱେଭ୍ ସଚେତନତା ଭ୍ୟାନ୍ ଅଭିଯାନ’କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ଏହି ସ୍ୱତନ୍ତ୍ର ଭ୍ୟାନ୍ ଏକ ଭ୍ରାମ୍ୟମାଣ ଶିକ୍ଷା କେନ୍ଦ୍ର ଭାବରେ କାର୍ଯ୍ୟ କରିବ, ଯାହାକି ଭୁବନେଶ୍ୱର, ପୁରୀ ଏବଂ କଟକର ବସ୍ତି, ନିର୍ମାଣ ସ୍ଥାନ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ହକର ଜୋନ୍, ମନ୍ଦିର ଏବଂ ଶିକ୍ଷାନୁଷ୍ଠାନ ସମେତ ଦୁର୍ବଳ ସ୍ଥାନଗୁଡ଼ିକରେ ଯାତ୍ରା କରିବ।
ଏହି ଅଭିଯାନ ତିନୋଟି ଜିଲ୍ଲାର ଏକଲକ୍ଷରୁ ଅଧିକ ଲୋକଙ୍କ ପାଖରେ ପଥପ୍ରାନ୍ତ ନାଟକ (ନୁକ୍କଡ଼ ନାଟକ), ଅଡିଓ ଜିଙ୍ଗଲ୍ସ, ପୋଷ୍ଟର, ମାସ୍କଟ୍ ଏବଂ କୁଇଜ୍ ଭଳି ଅଭିନବ ଏବଂ ଇଣ୍ଟରାକ୍ଟିଭ୍ ଉପକରଣ ମାଧ୍ୟମରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଜଳୀୟ ଅଂଶ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ସ୍ଥାନରେ ଜଳ କିଓସ୍କ ମଧ୍ୟ ସ୍ଥାପନ କରାଯିବ।
ଏହି ଅଭିଯାନକୁ ସମସ୍ତ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଆମେ ନିଶ୍ଚିତ କରୁଛୁ। ଯେପରି କେହି ଏଥିରୁ ବାଦ୍ ନପଡ଼ିବେ ସେଥିପ୍ରତି ଲକ୍ଷ୍ୟ ରଖାଯାଇଛି। ଯୁବପିଢ଼ି ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏକ ସୁରକ୍ଷିତ ଓଡ଼ିଶା ପାଇଁ କାର୍ଯ୍ୟ କରିବାକୁ ଏହା ଆହ୍ୱାନ ବୋଲି,ୟୁନିସେଫ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଗତ ରାୟ କହିଛନ୍ତି।