୧୮ ଦଫା ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ କଲେ ବିକ୍ଷୋଭ ପ୍ରଦର୍ଶନ କଲେ ଆଶାକର୍ମୀ
ତାତିଲେ ଆଶାକର୍ମୀ । ୧୮ ଦଫା ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ କଲେ ବିକ୍ଷୋଭ ପ୍ରଦର୍ଶନ । ଡବଲ ଇଞ୍ଜିନ ସରକାରକୁ କରିଛନ୍ତି ଟାର୍ଗେଟ । ଦାବି ପୂରଣ ନହେବା ଯାଏ ଲୋୟର ପିଏମଜି ନଛାଡିବାକୁ ନିଷ୍ପତ୍ତି ନେଇଛି ସଂଘ ।
ଗାଁ ହେଉ କି ସହର, ସ୍ୱାସ୍ଥ୍ୟ ସେବାରେ ନଜର ଆସନ୍ତି ଆଶା କର୍ମୀ । ସ୍ୱାସ୍ଥ୍ୟ ସେବା ସୁଧାରିବାରେ ଥାଏ ଆଶା କର୍ମୀଙ୍କର ବଡ଼ ଭୁମିକା । କିନ୍ତୁ ବିଡମ୍ବନାର କଥା ଏମାନଙ୍କୁ ମିଳେ ନାହିଁ ମାସିକ ଦରମା । କାମ ଅନୁଯାୟୀ ମିଳେ ପ୍ରୋତ୍ସାହନ ରାଶି । କିନ୍ତୁ ଏଥିରେ ସନ୍ତୁଷ୍ଟ ନୁହନ୍ତି ଆଶା କର୍ମୀ । ନୂଆ ସରକାରଠାରୁ ଅନେକ ଆଶା ଥିଲା, କିନ୍ତୁ ଏବେ ହତାଶ ହୋଇଥିବା କହିଛନ୍ତି ଆଶା କର୍ମୀ ।
ନିଜ ହକ ପାଇଁ ରାଜ୍ୟର କୋଣଅନୁକୋଣରୁ ରାଜଧାନୀକୁ ଆସିଛନ୍ତି ଆଶାକର୍ମୀ । ତେବେ ଦାବି ପୂରଣ ନହେବା ଯାଏ ଅହୋରାତ୍ର ଧାରଣା ଜାରି ରଖିବାକୁ ଚେତାବନୀ ଦେଇଛି ସଂଘ ।