ମୋ ବସ ଡ୍ରାଇଭରଙ୍କୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କଡା ନିର୍ଦ୍ଦେଶ
ବେପରୁଆ ଗାଡ଼ି ଚାଲାଣ କରୁଥିବା ମୋ ବସ ଡ୍ରାଇଭରଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଗାଡ଼ିରେ ଲାଗିବ speed governance | ସହର ଭିତରେ ମୋ ବସର ସ୍ପିଡ଼ ରହିବ 40 କିଲୋମିଟର ଏବଂ ସହର ବାହାରେ ବସର ବେଗ ରହିବ 50 କିଲୋମିଟର । କେବଳ ଲାଇସେନ୍ସ ପ୍ରାପ୍ତ ଡ୍ରାଇଭର ମାନେ ଚଳାଇବେ ମୋ ବସ। ଲାଇସେନ୍ସ ଚେକିଂ ହେବା ସହ ଲାଇସେନ୍ସ ଥିଲେ ଗାଡ଼ିରେ ଚଢିବେ ଡ୍ରାଇଭର। ଡ୍ରାଇଭର ମଦ୍ୟପାନ କରିଛି କି ନାହିଁ ତାହା ମଧ୍ୟ ଚେକ କରାଯିବ। ଟେଷ୍ଟ ହେଇ ଗାଡିରେ ଚଢିବେ ଡ୍ରାଇଭର ଏବଂ ଗାଡ଼ିରୁ ଓହ୍ଲାଇଲା ପରେ ଟେଷ୍ଟ କରାଯିବ। ଏହି ନିୟମକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।