ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବ ରାଜ୍ୟ କଂଗ୍ରେସ
ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବ ରାଜ୍ୟ କଂଗ୍ରେସ। ତାଙ୍କ ଖାତାକୁ ଯିବ ରାଜ୍ୟ କଂଗ୍ରେସର ସମସ୍ତ ଭୋଟ। ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରାୈପଦୀ ମୁର୍ମୁ ଓଡ଼ିଶାର ହୋଇଥିଲେ ମଧ୍ୟ ଦଳ ପକ୍ଷରୁ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବାପାଇଁ ନିଷ୍ପତ୍ତି ହୋଇଥିବାରୁ ଓଡ଼ିଶା କଂଗ୍ରେସ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବ ।
ଦିଲ୍ଲୀରୁ ଫେରିବା ପରେ କଂଗ୍ରେସ ବିଧାୟକମାନଙ୍କୁ ଭେଟିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ହାଇକମାଣ୍ଡଙ୍କ ନିଷ୍ପତ୍ତି ବିଷୟରେ ବିଧାୟକଙ୍କୁ ଅବଗତ କରାଇଛନ୍ତି। କଂଗ୍ରେସର ସମସ୍ତ ଭୋଟ୍ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଦେବା ପାଇଁ ବୈଠକରେ ଆଲୋଚନା ହୋଇଛି। ରାଷ୍ଟ୍ରପତି ନିର୍ବାଚନ ଲାଗି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଓ ବିଧାୟକ ସନ୍ତୋଷ ସିଂ ସାଲୁଜା କଂଗ୍ରେସର ଏଜେଣ୍ଟ ଭାବେ ନିଯୁକ୍ତ ହେବେ ।